STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ସଂସାର ହାଟର ନାଟ

ସଂସାର ହାଟର ନାଟ

1 min
116


  ଖାଲି ଖାଲି ଖାଲି ଶ୍ରୀମନ୍ଦିର ଖାଲି

  ରତ୍ନ ସିଂହାସନ ଖାଲି

   ଲୁହ ଢାଳୁଛନ୍ତି ସାଗର ଦୁଲଣୀ

   ପ୍ରଭୁ ଗଲେ କାହିଁ ଚାଲି !


   ଭାଇ ଭଉଣୀଙ୍କୁ ସାଥେ ନେଇ ପ୍ରଭୁ

   ବାହାରିଲେ ଯେବେ ବୁଲି

   କଥା ଦେଇଥିଲେ ଫେରିବେ ସହଳ

   କଥାକୁ ଗଲେ ସେ ଭୁଲି

   ଡେରି ହେବା ଦେଖି ଛଳଛଳ ଆଖି

   ମାଆଙ୍କର ମୁହଁ ନାଲି

   ପ୍ରଭୁ ଗଲେ କାହିଁ ଚାଲି !


   ଦିନ ପରେ ଦିନ ଗଲା ପାଞ୍ଚଦିନ

   ଅଥୟ ହୋଇଲା ମନ

    ମାତା ବାହାରିଲେ ପ୍ରଭୁଙ୍କୁ ତ ଖୋଜି

    ହେରା ପଞ୍ଚମୀ ର ଦିନ

    ଦେଖି ନନ୍ଦିଘୋଷ ମାତା ହେଲେ ରୋଷ

    ହସିଲା ଶରଧା ବାଲି

     ମାଆଙ୍କର ମୁହଁ ନାଲି ।


    ରାଗେ ରଥ କାଠ ଖଣ୍ଡେ ଭାଙ୍ଗି ମାତ

    ଦେଉଳେ ଆସିଲେ ଚାଲି

    ପ୍ରଭୁ ଯେତେବେଳେ ଲେଉଟି ଆସିଲେ 

    ମାଆ ଦେଲେ ଦ୍ବାର କିଳି

     ସିଂହ ଦୁଆରରେ ଘଡିଏ ଚାଲିଲା   

     ଲକ୍ଷ୍ମୀ ନାରାୟଣ "ବୋଲି"

    କଥା କଟାକଟି ଖାଲି ।


    ମାତା କଲେ କଳି ପ୍ରଭୁ କଲେ ଅଳି

    ଭକତେ ମାରିଲେ ତାଳି

    ମିଠା କଥା କହି ତୋଷ କଲେ ପ୍ରଭୁ

    ଧରି ରସଗୋଲା ଥାଳି

     ସଂସାର ହାଟରେ ନିତି ଏଇ ନାଟ

     ମାତା ଗଲେ ରୋଷ ଭୁଲି

     କବାଟ ଦେଲେ ସେ ଖୋଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics