Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABHAS KUMAR MOHAPATRA

Inspirational

2  

PRABHAS KUMAR MOHAPATRA

Inspirational

ସଂକୋଚ କାହିଁକି !

ସଂକୋଚ କାହିଁକି !

1 min
72


ସାଧାରଣ ସେତ ପ୍ରକ୍ରିୟା ଶରୀର

 ଋତୁସ୍ରାବ ନାରୀଙ୍କର l1

କାହିଁକି ସଂକୋଚ ହୁଅନ୍ତି ଆତଙ୍କ 

ନାହିଁ କିଛି ଡରିବାର ll2


ଦଶରୁ ପନ୍ଦର ଭିତରେ ଝିଅର 

ଆରମ୍ଭ ହୁଏତ ଏହି l1

ପଇଚାଳିଶି ରୁ ପଞ୍ଚାବନ ମଧେ    

ବନ୍ଦତ ହୁଅଇ ସେହି ll2


ନୁହେଁ ଏ ବିଷୟ ସଂକୋଚ ଲଜ୍ୟାର 

ତୁନି ହୁଅ କଥା କାହିଁ l1

ନିର୍ଭୟ ଭାବରେ ପ୍ରକାଶିତ କର

ଭାଇ ଭଗ୍ନୀ କଥା ଏହି ll2


ପ୍ରତି ଯେ ମାସରେ ହୁଅଇ ତ ଥରେ

ଋତୁସ୍ରାବ ନାରୀଙ୍କର ll1

ଦୁଇରୁ ସାତଯେ ଦିନତ ପର୍ଯ୍ୟନ୍ତ    

ପ୍ରକ୍ରିୟା ଚଳାଇ ତାର ll2


ମିକସାଲ ଟିସୁ ଓ ରକତ କ୍ଷରଣ    

ହୁଅଇ ଗର୍ଭାଶୟରୁ l1               

ଗର୍ଭଧାରଣ ଯେ କ୍ଷମତା ଆସଇ.   

ନାରୀ ଋତୁ ସ୍ରାବ ଠାରୁ ll2


ଏହାର ଲକ୍ଷଣ ଦିଶେ ମୁହେଁ ବ୍ରଣ   

ଛାତିତ ହୁଏ ଦରଜ l1       

ପେଟଯେ କାଟିବା ଥକା ପଣ ହେବା 

ଲକ୍ଷଣ ମସ୍ତିସ୍କେ ହେଜ ll2


ଋତୁସ୍ରାବ ଭଗ୍ନୀ ଅନିୟମିତତା   

କହୁଛି ହେବା କାରଣ l 1    

ଆଧୁନିକ ସେତ ଜୀବନ ଶଇଳି      

ଫାଷ୍ଟ ଫୁଡ ଖାଦ୍ୟ ଜାଣ ll2


 ତେଲଯେ ମସଲା ଯୁକୁତ ଆହାର 

ମେଦବହୁଳତା ଯାର l1   

 ଥାଇରଏଡ, ପିସିଓଡି ସମସ୍ୟା

 ମାନସିକ ଚିନ୍ତା ଯାର ll2


ସମାଧାନ ବାଟ ନିଶ୍ଚିତ ରହିଛି  

ଲୋଡ଼ା ସଚେତନତାର l1    

 ପରାମର୍ଶ ନିଅ ଡାକ୍ତର ଙ୍କ ଠାରୁ 

 ସମସ୍ୟା ହୋଇବ ଦୂର ll2


ଦୁରେଇ ରୁହନ୍ତୁ ଫାଷ୍ଟ ଫୁଡ ଠାରୁ 

ସନ୍ତୁଳିତ ଖାଦ୍ୟ ଖାଅ l1

ଓଜନ ଉପରେ ନିୟନ୍ତ୍ରଣ ରଖ

ପ୍ରତିଦିନ ଯୋଗ କର ll2  


ସୁସ୍ଥ ହେଲେ ନାରୀ ହୋଇବ ନିଶ୍ଚିତ 

ସୁସ୍ଥ ସମାଜ ଗଠନ l1     

 ନିଜ ହାତେ ସ୍ୱାସ୍ଥ୍ୟ ମୁଖ୍ୟଏ ସମ୍ପଦ

ନିଅଯେ ତାର ଯତନ ll2


ସାନିଟାରୀ ପ୍ୟାଡ଼ ବ୍ୟବହାର କର

ସ୍ଵଛତାକୁ ଦିଅ ଧ୍ୟାନ l

ସୁସ୍ଥ ନିରାମୟ ନିରୋଗ ସମାଜ     

 ହୋଇବ ନିଶ୍ଚେ ଗଠନ ll


Rate this content
Log in

Similar oriya poem from Inspirational