STORYMIRROR

Panchanan Jena

Drama

3  

Panchanan Jena

Drama

ସଂଜ ଆସେ

ସଂଜ ଆସେ

1 min
47


ସଂଜ ଆସେ 

ସୂର୍ଯ୍ୟ ଗଲେ ଅସ୍ତାଚଳ

ନାରଙ୍ଗୀ ମୁରୁଜ ବୁଣି ସହଳ ଚଞ୍ଚଳ

ଓଳା ସରିଲେ ଘର ଅଗଣା ଦାଣ୍ଡ ଦୁଆର ସକଳ ସଜଳ

ଲୁଗା ବଦଳେଇ ତୁଳସୀ ଚଉରା ମୂଳେ ସଂଜବତୀ ସାଥେ ପଣତ କାନିକୁ ମଥା ଉପରକୁ ଟାଣି ମୁଣ୍ଡିଆ ମାରି ଉଠିଲେ କାଳେ ସହଳ ସହଳ

ଭଡନ୍ତା ନୀଡ଼ ଫେରନ୍ତା ବିହଙ୍ଗ ଆହୁଲା ଡେଣାରେ କୂଜନ କାକଳୀ ଖୁସି ସାହାନାଇ ତାଳେ ତାଳେ ତରଳ ସରଳ

ହଳଦୀ ଗୁରୁ ଗୁରୁ ଜହ୍ନୀ ଫୁଲର କୁଞ୍ଜବନ ଦୋଳନ ଅଭିବାଦନ କରତାଳ 

ମନ୍ଦିରେ ଘଣ୍ଟା ଝାଲି ଯୋଡି ମୃଦଙ୍ଗ ଆଳତୀର ଶୁଭ ନାଦ ତାଳ

ଝୁଣା ଧୂଆଁ କୁଣ୍ଡଳୀନୀର ଶୁଭ୍ର ପତଳା ଆସ୍ତରଣ ମଶା ମାରଣ ତାରଣ ନିକ୍ଷେପଣ ବେଳ

 ଶଙ୍ଖ ହୁଳୁଜୁଳିର ସ୍ଵର୍ଗୀୟ ଶବଦରେ 

ନଇଁ ନଇଁ ଆସେ ନୀତିଦିନ ମହମହ ସ୍ୱପ୍ନିଳ ଧୂମାଳ ।

ମୋ' ପାଇଁ ସଂଜ ଆସେ 

ସୁନେଲି ସ୍ମୃତି ସରାଗରେ

ଝାପସା ସେଇ ଛାଇ ଆଲୁଅରେ

ଉଦାସୀ ମନରେ ବତୁରା ଛାତିରେ

ଅନ୍ଧାରର ଛା

ଇ ପଣତରେ

ହୃଦୟର ଚାରି ମୁହାଁ ଦେଉଳ ବେଢାରେ ମୁଁହ ସଞ୍ଜରେ

ଅଙ୍କା ଥିବା ରଙ୍ଗୋଲୀର ଅସ୍ପଷ୍ଟ ଚିତ୍ର ପଟରେ

 ମୌସୁମୀ ବର୍ଷାର ଟପ୍ ଟାପ୍ ଶବ୍ଦ ତାନରେ

ଚା' ସ୍ନାସ୍କର ସ୍ଵଳ୍ପ ଭୋଜନ ବିଳାସରେ

ପିଲାଙ୍କ ମିଛି ମିଛିକା କଳି ତକରାଳର ମଧ୍ୟସ୍ଥି ମଧ୍ୟରେ 

ଆସେ ସବୁଦିନ କର୍ମ ଜଞ୍ଜାଳର ମେଘନାଦ ପାଚେରୀ ଡେଇଁ

ଖୁସିରେ ସବାର କର୍ମ ତତ୍ପର ।

ସଂଜ ଆସେ ସଭିଙ୍କ ପାଇଁ

ଜୀବନର ଅପରାହ୍ନ ଡେଉଁ

 ସାୟାହ୍ନ ବେଳାରେ ଧାଇଁ ଧାଇଁ

କିଟି ମିଟି ବହଳ ଅନ୍ଧାର 

ଶୂନ୍ ଶାନ ନୀରବତାର ଚାଦର

ଘୋଡେଇଁ ମୋଡେଇଁ

ଏହି ଯେ କାଳରାତ୍ରୀର ଆଗମନ

ଦିନର ପରିସମାପ୍ତି ଉଦ୍‌ଘୋଷଣ

ଜୀବନର ଶେଷ ଅଙ୍କ ଯବନିକା ଅବତରଣ ଅବଧାରଣ

ଅବଶୋଷରୁ ମୁକ୍ତି ପ୍ରାପ୍ତିର

ମିଛ ଅଭିନୟ ପରିସମାପ୍ତିର

ସଂଜୁଆ ଆସର ଆୟୋଜନ

ହଇଁ ସଇଁ କା'ହା ପାଇଁ 

ରକ୍ଷା କର ହେ ସାଇଁ।



Rate this content
Log in

Similar oriya poem from Drama