STORYMIRROR

Priyaranjan Biswal

Tragedy

2  

Priyaranjan Biswal

Tragedy

ସମୟଟା ଅଟକିଯାଏ

ସମୟଟା ଅଟକିଯାଏ

1 min
143

ବେଳେବେଳେ ସମୟଟା

ଅଟକି ଯାଏ

ନିଜ ଚଲା ବାଟରେ

ନିଜ ଚାରିପାଖରେ

ଅନେକ ଲୋକ ଥାଇ ମଧ୍ଯ

ଏକ ଅଜବ ନିସଙ୍ଗତା

ଦଂଶନ କରେ ହୃଦୟର କେଉଁ କୋଣରେ


ମନ ଚାହୁଁଥାଏ

ଗପିବାକୁ ଅନେକ କଥା

ହୃଦୟର ପ୍ରିୟ ଲୋକ ସାଥିରେ

କିନ୍ତୁ ଫୋନ୍ କଲେ

ସେପାଖରୁ ଉତ୍ତର ମିଳେ

ମୁଁ ଏବେ ବ୍ଯସ୍ତ ଅଛି ମୋ କାମରେ

ବାରମ୍ବାର ସେଇ ଗୋଟିଏ ଉତ୍ତର

ଶୁଣି ରାଗ ଓ ଅଭିମାନ

ଭରିଯାଏ ମନରେ

ହେଲେ ପର ମୂହୁର୍ତ୍ତରେ

ସବୁ ଭୁଲିଯାଏ

କେବଳ ତା' ସ୍ମୃତିର ଝଲକରେ


ଅଜବ ଏ ଦୁନିଆ,

ସମସ୍ତଙ୍କୁ ଘାରିଛି ଏଠି

ଆଗକୁ ବଢିବାର ମାନିଆ

ସମସ୍ତେ ଏଠି ବ୍ଯସ୍ତ

କେବଳ ନିଜ କାମରେ

ସମୟ ନାହିଁ ବସିବାକୁ

ଆପଣା ଲୋକ ପାଖରେ


ଆଧୁନିକତାର ପ୍ରହଳିକାରେ

ମେସିନ୍ ସାଜିଲାଣି ମଣିଷ

ସମ୍ପର୍କ ଠାରୁ ମୂଲ୍ଯବାନ 

ସ୍ୱପ୍ନ ସାଜିଛି ଏଠି

ସେଥିପାଇଁ ବୋଧେ

ଜନ ଗହଳି ଭିତରେ ଥାଇବି

ସବୁ ଏଠି ବନବାସୀ


ବେଳେବେଳେ ସମୟଟା

ଅଟକିଯାଏ 

ନିଜ ଚଲା ବାଟରେ

ଇଛା ନଥାଇ ମଧ୍ଯ

ରହିବାକୁ ହୁଏ

ଏକା ଏକା

ନିସଙ୍ଗତା ସାଥିରେ



ପ୍ରିୟରଞ୍ଜନ ବିଶ୍ୱାଳ

ବଳରାମପୁର,କୁଶଳେଶ୍ୱର

ଘସିପୁରା,ଆନନ୍ଦପୁର

କେନ୍ଦୁଝର,ପିନ୍-୭୫୮୦୨୫

ଦୂ.ଭା-୮୮୯୫୧୧୭୩୦୪


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy