ସମୟର ପ୍ରତିଶୋଧ
ସମୟର ପ୍ରତିଶୋଧ


ହେ ସମୟ ,
ତମେ ସତରେ କେଡେ ନିଷ୍ଠୁର
ଶୈଶବ ଦେଇଥିଲ ଆନନ୍ଦ ଭରିଦେଇ ଥିଲ
ନା ଚିନ୍ତାଥିଲା ନା ଦାଇତ୍ବ ଖାଲି ଆନନ୍ଦ ହିଁ ଆନନ୍ଦ
ବୋଧେ ତୁମେ ସହିପାରିଲନି ଛଡେଇନେଲ
ବଦଳରେ ଦେଇଦେଲ ଯୁବକ ।
ଯୌବନ ନିଆଁରେ କିଛିଦିନ ଖୁସିଦେଲା ପରେ
ସଂସାରର ମାୟାରେ ଏମିତି ଛନ୍ଦିଦେଲ ଯେ
ସଂସାର ବୋଝ ବହି ବହି ନୟାନ୍ତ ହେଇଗଲି
ଲୋଭ ମୋହ ମାୟାରେ ଆଉଟୁ ପାଉଟୁ ହୋଇ ସଂସାରକୁ ଆଗକୁ ନେଲି ।
ସେତିକି ରେ ତୁମ ମନବୁଝିଲାନି ଯେ
ତାକୁ ବି ଛଡେଇନେଲ
ପ୍ରତିବଦଳରେ
ବୃଦ୍ଧାବସ୍ଥା ଦେଇଦେଲ
ଦେଲତ ଦେଲ ସେଥିରେ ପୁଣି ଅସହାୟ ନିଃସହାୟ କରିଦେଲ ।
ଶରୀର ଦୂର୍ବଳ ଶକ୍ତୀହୀନ କରି ଏକ ଘୃଣାର ପାତ୍ର କରିଥୋଇଦେଲ
ଯେଉଁଥିରେ ଖାଲି ଦୁଃଖ ହିଁ ଦୁଃଖ
ହେ ସମୟ ତଥାପି ମୁଁ ବଚିଂଛି ଓ ଅପେକ୍ଷା କରିଛି କେଉଁଦିନ ତୁମ କବଳରୁ ମୁକ୍ତକରିବ
ତଥାପି ହେ ସମୟ ମୁଁ ତୁମକୁ ଭଲପାଏ କାରଣ ତୁମ ପାଖରେ ମାନବ ଦାନବ ଦେବତା ତଥା ସମସ୍ତ ପ୍ରାଣୀ ସମାନ ।
ଏ ମଣିଷ ଗୁଡାକ ଭଳି ନୂହଁ
ଯେଉଁଠି ଉଚ୍ଚ ନୀଚ୍ଚ ଧନୀ ଗରିବ
ଭେଦ ଭାବ ଭରିରହିଛି