କଣ ବଞ୍ଚିଛି ?
କଣ ବଞ୍ଚିଛି ?

1 min

70
କଣ ବା ବଞ୍ଚିଛି ଆଉ
କେହି କେବେ ଛଡାଇ ନେଇଯିବ ବୋଲି
ଲୁଚାଇ ରଖିବି !
ଜିତିବାର ଚିନ୍ତା ନାହିଁ ମୋର
ହାରିବାକୁ କିଏ ବା ଡରିଛି ?
ଚିନ୍ତା ଆଜି ନାହିଁ ମୋର
ଆଉ କାହାକୁ ଜିତି ମୁଁ ପାରିବି,
କେବଳ ଏତିକି ମୋ ଚିନ୍ତା
କାହା ପାଖେ ଆଉ କଣ ହାରିଯିବି !
ହାରିବାକୁ ଆଉ କଣ ରହିଛିଯେ ବାକି ?