STORYMIRROR

Panchanan Jena

Inspirational

3  

Panchanan Jena

Inspirational

ସମୟକୁ ଗୋଟେ ଚ୍ୟାଲେଞ୍ଚ

ସମୟକୁ ଗୋଟେ ଚ୍ୟାଲେଞ୍ଚ

1 min
166

କାଲି ରାତିରୁ

ଆଉ ଗୋଟେ ଶୁଭ ଜନ୍ମଦିନ ପାଳନ

ସକାଳୁ ସକାଳୁ

ଅସରନ୍ତି ଶୁଭେଛାର ସୁଅ ଶବ୍ଦଗାନ

ଖୁସିରେ ଥା

ସୁସ୍ଥରେ ଥା

ଚଲାପଥେ ମିଳୁ ଅସରନ୍ତି ଶ୍ରଦ୍ଧା ସୁମନ ।


ଛୁଇଁଗଲି ବୟସ ବାଉନ ଏସନ

ଲାଗୁଛି ଯେମିତି କାଲିଥିଲା ଧରାବତରଣ

ପ୍ରଥମ ଶୁଭ ଜନ୍ମଦିନ ପାଳନ ମେଳଣ

ଖୁସି ସାଙ୍ଗମେଳ ସଂଧ୍ୟା ଆସର କେକ୍ ଖୁଆଣ ।


ଆଜି କିନ୍ତୁ ଚଷମା ବିନା ଦିଶୁନି ଭାଇ

ଖବର କାଗଜଟା ବି ପଢି ହେଉନାହିଁ

ଝାପସା ଝାପସା ଛାଇ

କାହିଁକିରେ ବୟସ ?

ତୁମେ ଏତେ ନିଷ୍ଠୁର

କାହିଁ ଏତେ ତରତର

ଶୀଘ୍ର ଶୀଘ୍ର ଡେଉଁ ଚାଲିଛ ବୟସର ଦ୍ଵାର ।


ମୋର ତ ଜମାରୁ ଇଚ୍ଛା ନାହିଁ

ବୟସ୍କ ହେବାକୁ

ମା' ଡାକିଦେଲେ ଛୁଆ ବୋଲି

ହୁରି ଛାଡିଲେ ପୁଅ ବୋଲି

ବାଲ୍ୟ କୈଶୁର ସମୟକୁ

ଫେରି ଯିବାକୁ ମନ କରିବସେ

ସେହି ଚପଳ ଛନ୍ଦ ପାଗଳ ସୋପାନକୁ ।


ମୁଁ ଜାଣେ ବୟସ 

ତୁମେ ଖୁବ୍ ବୁଦ୍ଧିମାନ

ସମୟକୁ ବାନ୍ଧି ରଖିଛ 

ପାବଚ୍ଛ ପରେ ପାଵଚ୍ଛ ଦୌଡେଇ ବର୍ଷିୟାନ

ଦେହ ଶରୀରକୁ ବାନ୍ଧି 

ତୁମେ ଖେଳିପାର ହସିପାର

ପାଳିପାର କ୍ୟାଣ୍ଡେଲ ଲିଭେଇ ଶୁଭ ଜନ୍ମଦିନ ।


ହେ ମୋର ଚିର ନମସ୍ୟ

ସୁସ୍ଥ ସୁନ୍ଦର ସବୁଜ ଯୌବନ

ମନ ମସ୍ତିସ୍କରେ ଯୁବ ସୁଲଭ ଚିନ୍ତା ଚୈତନ

ବାନ୍ଧିବା ଯାଏ କୋକେ

ଜଳିବା ଯାଏ ଯୁଇ 

ଇଚ୍ଛାଶକ୍ତିରେ ଲହଡି ମାରୁଥିବ ତାରୁଣ୍ୟ

କାରୁଣ୍ୟରେ ବି ମୁରୁକି ଝଲକୁଥିବ ବରେଣ୍ୟ  


ବୟସ ! ତୁମକୁ ଗୋଟେ ଚ୍ୟାଲେଞ୍ଚ 

ମୋ ରକ୍ତ ମାଂସର ଶରୀର

ତୁମର ଦାସ କିଂକର

ତାକୁ ତୁମେ ବୁଢ଼ା କରେଇ ପାର

ଦୁସ୍ଥ ରୁଗ୍ଣ ସ୍ଥବିର କରିପାର


ଛୁଇଁ ଦେଖିଲ ମୋ ଅଦମ୍ୟ ଯୁବ ସୁଲଭ

ବାଚାଳତା ସ୍ଵାଧିନଚେତ ଚଞ୍ଚଳତା

ଧରି ଦେଖିଲ ମୋ ଅଚିନ୍ତ୍ଯ ପ୍ରେମ ପଲ୍ଲବ କଳ୍ପନା ପ୍ରସୂତ ପ୍ରୀତି ନିର୍ଝର ତଲ୍ଲୀନତା

ବାନ୍ଧି ରଖିଲ ମୋ ଅଗମ୍ୟ ଚିନ୍ତା ବଲ୍ଲଭ

ଶ୍ରାବଣ ଫଗୁଣ ଋତୁବର୍ଣ୍ଣ। ମାନସିକତା


ସମୟ କହିବ କରିବ ସବୁ

ସମୟ ହାରିବ ଇଚ୍ଛାଶକ୍ତି ଆଗେ

ଆଣ୍ଠେଇ କୁନ୍ଥେଇ ସେଲ୍ୟୁଟ୍ ମାରିବ

ଶେଷ ଜନ୍ମଦିନ ପାଳନପର୍ବ ସଙ୍ଗେ ।


Rate this content
Log in

Similar oriya poem from Inspirational