STORYMIRROR

Panchanan Jena

Inspirational

4  

Panchanan Jena

Inspirational

ସମୟ ସୌଦାଗର

ସମୟ ସୌଦାଗର

1 min
387


ସମୟ ବି ଲାଗେ

ଚତୁର ସୌଦାଗର

ଯୌବନ ସପନ ଦେଖେଇ ଦେଖେଇ

ଚୋରେଇ ନେଲା ସେ

ଚପଳ ଛନ୍ଦ ବାଲ୍ୟ କୈଶୁର ।


ଧନୀ ହେବାର ଲୋଭ ଦେଖେଇ

ଛଡେଇ ଦେଲା ସେ

ଛଳ ଛଳ ଯୌବନ ଜୀବନ ସୁର ।


ଶିକ୍ଷା ଦୀକ୍ଷାର ମୋହ ଲଗେଇ

ସହରାଭିମ୍ନଖୀ କଲା ଯେ

ଛଡେଇ ନେଲା ସେ ଗାଁର

 ମିଠା ପିଠା ପ୍ରେମ ନିର୍ଝର

ଶାଗ ପଖାଳ ସାଙ୍ଗମେଳି ଯାନିଯାତ୍ରାର ।


ପଇସା କମେଇବାର କାଇଦା ଶିଖେଇ

ଦାଦନ ପଠେଇ ଦେଲା ସେ

ଛଡେଇ ନେଲା ସେ

ପର୍ବ ପର୍ବାଣୀ ଭାଷା ଭାସ୍କର 

ଜାତି ସ୍ଵାର୍ଥମାନ ଓଡ଼ିଆ କର୍ମବୀର ।


ଆଜି କହୁଛି ସମୟ ସୌଦାଗର

ଷାଠିଏ ବସନ୍ତ ଛୁଇଁଲାଣି ଶିର

ଆସିଗଲାଣି ଦେବାକୁ ଅବସର

ବାହୁଡ ଗ୍ରାମକୁ ତୋର 

ସେବା ନିବୃତ୍ତ ପ୍ରମତ୍ତ ପ୍ରବର 

ବୃଦ୍ଧକାଳେ ଜପ ହରିନାମ ସ୍ଵର ।


ହାଏରେ ସମୟ ସୌଦାଗର

ଚତୁର ବେପାରୀ ହିସାବକାର

ଡାକିନେଲୁ ଉଦ୍ଧାମ ଶୈଶବ ଅନୁର୍ଦ୍ଧର

ଠେଲି ଦେଉଛୁ ରୁଗଣ ବୃଦ୍ଧ ପକ୍ବଶିର ।


ବୋକା ନିର୍ବୁଦ୍ଧ ଦୋକାନୀ

ପାଚିଲା ଅନୁଭବ କାନ୍ଧରେ ମୋର

ବିଜ୍ଞ ବୁଦ୍ଧିର ଗୁପ୍ତ ସୁପ୍ତ ଗନ୍ତାଘର

ଯେଉଁଠି ବସିବି ରହିବି ଗଢିଦେବି

ଅର୍ଥର ଅସରନ୍ତି ଭଣ୍ଡାର ।


ହେ ମୁର୍ଖ ସମୟ ସୌଦାଗର

ହିସାବରେ କଞ୍ଚା ଲାଭରେ ପାକଲା

ଶୋଷଣରେ କଷଣରେ ଆଗଚଲା

ହୋଇପାରୁ ତୁ ଜଗତଜିତା

କିନ୍ତୁ ତୁ ଅବିବେକୀ ବୃଦୟହୀନ 

ଅର୍ବାଚିନ ନରାଧମ କାଣ୍ଡଜ୍ଞାନ ଶୂନ୍ୟ ।


ତୁ କ'ଣ ବା ଲୁଟିବୁ ଫେଡିକୁ

ମୃତ୍ୟୁକୁ ଭେଜି ପାରିବୁ କି ?

ଜୀବନ ଦୀପ ଲିଭେଇ ପାରିବୁ କି ?

ଯନ୍ତ୍ରଣାରୁ ଉପଶମ କରେଇ ପାରିବୁ କି ?

କରୋନା ମହାମାରୀକୁ ପାରିଲୁ କି ?


ଶୁଣ୍ ବେ ସମୟ ସୌଦାଗର

ତୁ ଜିତି ଜିତି ଶେଷରେ ପରାଜିତା

ମୁଁ ହାରି ପାରି ଶେଷରେ ସର୍ବଜିତା ।


Rate this content
Log in

Similar oriya poem from Inspirational