. ସମୟ ର କ୍ଷୋଭ
. ସମୟ ର କ୍ଷୋଭ
.
ସମୟ ର ପୃଷ୍ଠା ଯେବେ ଓଲଟାଏ ପଛକୁ ପଛକୁ
ଯେତେ ସବୁ ଲେଖାଅଛି ପଢିବା ଇଛା ରେ,
ଫର୍ଦ୍ଦ ଫର୍ଦ୍ଦ ଲେଉଟାଇ ଅଣନିଶ୍ୱାସୀ ହେଉଛି
କେବଳ ଯମକ ଓ ଯତିପାତ ଧ୍ଵନିରେ |
ହା ହୁତାଶ ଜୀବନର ଵ୍ୟର୍ଥତାକୁ ନେଇ
ମୁଁ ଚାଲିଛି ଓଲଟାଇ ଖୋଜିଖୋଜି ତୁମର ଉପମା,
ତୁମର ସେ ଦୀର୍ଘସୂତ୍ରୀ କ୍ଷତବିକ୍ଷତ ପଥରେ
ମୁଁ ଚାଲୁଛି ଚାଲୁଥିବି କ୍ଷୋଭ ଆଉ ଅବସାଦରେ |
ତୁମକୁ ମୁଁ ଖୋଜୁଥିଲି ଦୟା କ୍ଷମା ଆଶା ଓ ସ୍ବପ୍ନ ରେ
ଦିନର ଉତ୍ତାପ ପୁଣି ଶୀତ ଓ ଶୂନ୍ୟତା ଭିତରେ,
ଅସ୍ତଗାମୀ ସୂର୍ଯ୍ୟ ଆଉ ଅସ୍ତମିତ ତାରା ଗହଣ ରେ |
ଆକାଶର ଶୁନ୍ୟତାରେ ପୃଥିବୀର ଦୂରନ୍ତ ଗତିରେ,
ତୁମର ବା କାହିଁ ଶେଷ
ଶେଷ ମୋର ସମୟ ଓ ସ୍ଥିତି |
ପୃଥିବୀ ର ଏ ଦେହରେ ଖୋଜିଖୋଜି ମୁଁ ତୁମର ମନର ସନ୍ଧାନ,
ଆଜିହୁଏ ଉପଗତ ଉପକୂଳେ ତୁମର ଦେହରେ |
ଆଜି ମୋତେ ଭଲଲାଗେ ନାହିଁ ଏ ନିସ୍ତେଜ ପୃଥିବୀ ର ଦେହ,
ଯେଉଁଠି ମିଛି ମିଛିକା ଏକାକାର ସମୟ ର ଦେହ ଓ ଅଦେହ |
ମୋର ଆଜି ମୃତ୍ୟୁହେଉ -ଜରାଜୀର୍ଣ୍ଣ ପୃଥିବୀର ଦେହେ,
ଆଉ ରହିବନି କ୍ଷୋଭ
ସମୟ ର ବିଷ ବଳୟ ଭିତରେ |
