STORYMIRROR

Prasanna kumar sahu

Tragedy

3  

Prasanna kumar sahu

Tragedy

ସ୍ମୃତି ଦଂଶନ

ସ୍ମୃତି ଦଂଶନ

1 min
165

ସ୍ମୃତି ଦଂଶନର

ଜ୍ଵାଳା ଯେ ଭୋଗିଛି

କହିବ ତାହାର କଷ୍ଟ,

କହିଦେବ ସିଏ

କେମିତି ବଞ୍ଚିଛି

ଜୀବନର ଅବଶିଷ୍ଟ।


ବିସ ଧର ସର୍ପ

ଠାରୁ ମାରାତ୍ମକ

ଯାହାର ଔଷଧ ନାହିଁ,

ଏପରି ବିଷାକ୍ତ

ଜିନିଷ ଟି ପରା

ସୁଖ ସ୍ମୃତି ଅଟେ ଭାଇ।


ପାଇଥିବା ସୁଖ

ଆଜି ଯେ ନମିଳେ

ସ୍ମୃତିରେ ରହିଛି ସିନା,

ସେହି ସ୍ମୃତି ଆଜି

ପ୍ରତି ମୁହୂର୍ତ୍ତରେ

କରିଦିଏ ଆନ ମନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy