STORYMIRROR

Priyadarsini Das

Tragedy

3  

Priyadarsini Das

Tragedy

ସମର୍ପଣ

ସମର୍ପଣ

1 min
192

କେବେ କେହି ଦେଖିଛ କି ମୋତେ ...?

ନା ବୋଧହୁଏ ....?

ମୋର ସ୍ଥିତି କି ସତରେ ଏତେ ଅଦୃଶ୍ୟ .....?


କାହିଁ ମନେ ତ ହୁଏନି ......।


ଦେଖିଛ କି କେହି ସମୁଦ୍ରକୁ  

ଯେବେ ସେ କୋଳ ରେ ଲହଡ଼ି ଭାଙ୍ଗେ ..... 


ଦେଖିଛ କି କେବେ କେହି ନଦୀକୁ  

ଯେବେ ସେ ଉଛୁଳି ନିଜ କୋଳକୁ ଲଙ୍ଘି ଯାଏ  

କି ଗର୍ଜନ ଥାଏ ତା ଭିତରେ ......।


ଜଣା ନାହିଁ କଉ କ୍ରୋଧକୁ ସେ ସେଇଠି ପିଟି ଦେଇ ଚାଲି ଯାଏ .....।


ପୁଣି କେବେ କେହି ଦେଖିଛ କି

ସେ ସମୁଦ୍ର 

ଆଉ ନଦୀକୁ 

ତାଙ୍କ ମିଳନ ସ୍ଥଳେ .....?


କେବେ କେହି ଅନୁଭବ କରିଛ କି 

ତାଙ୍କୁ ....

ସେମାନଙ୍କ ଆଖିରେ .......।


ନା ଥାଏ ଗର୍ଜନ  

ନା ଥାଏ ଧୁମ୍ କରି ଲହଡ଼ି ଭାଙ୍ଗିବାର ଶବ୍ଦ .... 

ନା ଥାଏ ପାର୍ଥକ୍ୟ .....

ମଧୁର କି ଲୁଣିର ........।


ବାସ୍ ଥାଏ ଯଦି କେବଳ ସମର୍ପଣ ....।


ଦୁଇଟିର ସ୍ଥିତିକୁ ହଜେଇ 

ନିଜକୁ ଅନ୍ୟ ଭିତରେ ହଜେଇ ଦେବାର ଭାବନା .....।


ସତରେ କେତେ ଶାନ୍ତ ଥାଏ  

ସେ ମୁହୂର୍ତ୍ତ ..... 


ମନେ ହୁଏ ଦୁହେଁ ନିରେଖି ଅଛନ୍ତି ଦୁହିଁଙ୍କୁ  

ମନେ ହୁଏ ଦୁହେଁ ଖୋଜୁଛନ୍ତି 

ନିଜକୁ ଅନ୍ୟ ଭିତରେ .....।


ସମର୍ପଣରେ ନା ଥାଏ ଗର୍ବ  

ନା ପରିଚୟ ହରେଇବାରେ ଭୟ  

ନା ଥାଏ ଅହଙ୍କାର  

ନା ଥାଏ ଭାବନାର କିଛି ସୀମା .....।


ଥାଏ ଖାଲି  

ଆଉ କାହା ଖୁସି ପାଇଁ  

ନିଜକୁ ହଜେଇ ଦେବାର ନିଶା  

ସବୁ ସୀମାକୁ ଡେଇଁ ଯିବାର ନିଶା .... 

ଠିକ୍ ସେଇ ନଦୀଟେ ପରି  

ଠିକ୍ ସେଇ ବାରିଧିଟେ ପରି  


ଠିକ୍ ସେଇ ଅସଂଖ୍ୟ ଭାବନା ପରି  

ଠିକ୍ ସେଇ ଭାବନାର ଭିନ୍ନ ନଜରଟେ ପରି .......।


ସମର୍ପଣ ପାଇଁ ଲୋଡା ସମର୍ପିତ ମନଟିଏ .............।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy