STORYMIRROR

Bijayashree Nath

Classics Others

4  

Bijayashree Nath

Classics Others

ସମ୍ପର୍କର ନଦୀତୀରେ

ସମ୍ପର୍କର ନଦୀତୀରେ

2 mins
226


ଏଇ ସୂଚନା, ପ୍ରଯୁକ୍ତି ଆଉ ଇଣ୍ଟରନେଟ ଯୁଗରେ

ଆମେ ସବୁ ଗଛ ପତ୍ର, ମାଟି, ପଥର

ଆଉ ନଦୀ ଗର୍ଭରେ ଥିବା ଅସଂଖ୍ୟ ବାଲୁକା ରାଶି,

ସମ୍ପର୍କର ନଦୀତୀରେ

ଗଛ, ପତ୍ର, ମାଟି ପଥରର ସମ୍ପର୍କ ଠାରୁ

ବାଲି ବାଲି ସମ୍ପର୍କ ଭିନ୍ନ ଓ ନିଆରା..

ନଦୀ ଗର୍ଭରେ ବାଲିର ସେ ଖେଂଚା ଖେଂଚି ଆସ୍ତରଣ କେଡେ ସାବଲୀଳ ସୁନ୍ଦର ଆଉ ହାଲୁକା

ଦର୍ଶକର ପାଦ ଚିହ୍ନଵି ସ୍ପଷ୍ଟ ବାରିହୁଏ ଓଦା ବାଲିରେ

ସେ ବାଲୁକା ରାଶିରେ କେତେ କଳା ଫୁଟାଯାଇ ପାରେ

କେତେ ଗହିରା ସେ ବାଲି ବାଲିର ସମ୍ପର୍କ...।


ଆମେ ଅଗଣିତ ନାରୀ ଯୋଡି ହେଇ ଯାଉଛେ

ଏହି ଇଣ୍ଟରନେଟ ଯୁଗରେ

ଠିକ ନଦୀର ବାଲୁକା ରାଶି ପରି

ଖେଂଚ୍ଛା ଖେଂଚି ଦେଖା ଯାଉଛେ ଲାପଟପ୍ ପରଦାରେ

ଯେତେବେଳେ ଯୋଡି ହେଉଛେ ଗୁଗୁଲମିଟ ରେ

ଏହି ଇଣ୍ଟରନେଟ ଯୁଗରେ ଆମେ ସବୁ ଯୋଡି ହେଉଛେ

କିଏ ଫଂସବୂକ ରେ କିଏ ହ୍ୱାଟ୍ସଆପ ରେ

କିଏ ଗୁଗୁଲ ମିଟରେ ତ କିଏ ୱେବନିଅର ରେ

ନା ଅଛି ଏ ସମ୍ପର୍କରେ ତିକ୍ତତା, ନା ଅଛି ଛଳନା

ନାଅଛି ଅଭିମାନ ନା ଅଛି ପ୍ରବଞ୍ଚାନା...।


ସବୁ ସମ୍ପର୍କ ଠୁଳ ଗୋଟିଏ ଜାଗାରେ 

କେତେ କଳା ସମ୍ପର୍କର ନଦୀ ତଟେ

ସାହିତ୍ୟ ଶିକ୍ଷା, ଡ୍ରାମା, ସିନେମା କବିତା, ଗୀତ, ଗଳ୍ପ, ନୃତ୍ୟ 

ସମସ୍ତଙ୍କ ସହିତ ଯୋଡି ହେଇ ପାରିଛେ


ସମ୍ପର୍କର ନଦୀତଟେ

ଆମେ ନାରୀ ମାନେ

ନଦୀ ଜଳ ପାରି ସ୍ଵଛ ନିର୍ମଳ, ଶାନ୍ତ, ସ୍ନିଗ୍ଧ

ନିଜ କର୍ତବ୍ୟ କରି ଚାଲିଛେ....

ସେ ସମ୍ପର୍କରେ ନା ଅଛି ବାକଯୁଦ୍ଧ

ନା ଅଛି ଖଣ୍ଡା ତଲବାର ର ଯୁଦ୍ଧ

ନା ଅଛି ମିସାଇଲ ତୋଫର ଯୁଦ୍ଧ

ଦୂର ପାହାଡ ସୁନ୍ଦର ଦିଶେ

ଦୂରରେ ରହି ମନ ସହିତ ମନକୁ ଯୋଡ଼ିଛେ

ଯାହା ସମସ୍ତଙ୍କୁ ସୁନ୍ଦର ଦେଖା ଯାଉଛି l


ସମ୍ପର୍କର ନଦୀତୀରେ

ଆଜିବି ବୃକ୍ଷ, ଜଳ, ମାଟି ଆଉ ବାଲିର ସମ୍ପର୍କ ଦୃଢ, ମଜଭୁତ...

ନଦୀ ତଟରେ ଗଢିଉଠିଥିବା ପ୍ରମିକ ପ୍ରମିକାଙ୍କ ସମ୍ପର୍କବି ଦୃଢ ସେଇ ଇ-ମେଲ ରେ

ପୃଥିବୀର ପ୍ରତେକ ନଦୀରେ ବନ୍ୟlଜଳ ଧୋଇନିଏ କେତେକ ସମ୍ପର୍କ ଠିକ ହୋ୍ୟାହୋ ନଦୀ ପରି

କୁଳ ଖାଏ, ମାଟି ଅତଡ଼ା ଖସେ

ତଥାପି ନଦୀ ଗୁଡିକରେ ଥିବା ବାଲି ବାଲି ର ସମ୍ପର୍କକୁ ଛିନ୍ନ କରି ହୁଏ ନାହିଁ

ଏହି ସମ୍ପର୍କ ବେଶ ପ୍ରାଞ୍ଜଳ, ସୁନ୍ଦର ଆଉ ମିଠା

କାରଣ କଥା କହିବାତ ରୂପା

କିନ୍ତୁ ଏହି ଅକୁହା ପଣରେ ଯେଉଁ ସମ୍ପର୍କ

ତାହା ତ ସୁନା, ଚକ ଚାକ କରେ ଆଉ ବହୁ ମୂଲ୍ୟ

ଯାହା ଅବର୍ଣ୍ଣନୀୟ  l


ଘର ଚାରିକାନ୍ଥ ଭିତରେ ଥିବା ନାରୀ

ଆଜି ଘରେ ବସି ଯୋଡି ହେଇ ପାରିଛି ସାରା ଦୁନିଆ ସହିତ...

ନଦୀତୀରର ସମ୍ପର୍କରେ

ମାଟି ମାଆ, ବୃକ୍ଷ ବାପା ଆଉ ପଥର ନାରୀ

କିନ୍ତୁ ସବୁଠୁ ନିଆରା ସେ ବାଲି ବାଲିର ସମ୍ପର୍କ

ଯାହା ବାନ୍ଧବୀ ମାନଙ୍କର ସମ୍ପର୍କ

ଯେଉଁ ସମ୍ପର୍କ ନଦୀ ଜଳ ଭଳି

ବାଲିରେ ଛାଣି ହୋଇ

ମିଠା, ନିର୍ମଳ ଓ ପାନୀୟ ଯୋଗ୍ୟ....

ସମର୍କ ର ନଦୀତିରେ ଆମେ ଅଗଣିତ ନାରୀ

ଠିକ ବାଲୁକା ରାଶି ପରି ଅନାବନା ଜିନିଷ କୁ ଛାଣି ନଦୀ ରୂପକ ସଂସାରକୁ ସ୍ଵଛ, ନିର୍ମଳ

କରିବାର ପ୍ରୟାସ କରୁଛେ...ସମ୍ପର୍କର ଏହି ନିଆରା ରୂପ ଆଜିବି ଲୁକ୍କାୟିତ

ତାକୁ ସମସ୍ତଙ୍କୁ ଜାଣିବାକୁ ହେବ....

ତାହାହେଲେ ଯାଇ ସଂସାର ସୁଧୁରି ପାରିବ, ଆଗକୁ ଗତି କରିବ....।।


Rate this content
Log in

Similar oriya poem from Classics