STORYMIRROR

Bijayashree Nath

Classics

4  

Bijayashree Nath

Classics

ଯେତେ କହିଲେବି ସରିବନି

ଯେତେ କହିଲେବି ସରିବନି

2 mins
197


ହେ ଓଡିଶା...  !

ଯେତେ କହିଲେବି ସରିବନି

ଯେତେ କହିଲେ ବି ସରିବନି ତୋ କଥା

ତୋତେ ମାପିବାକୁ ମୋ ପାଖରେ ନାହିଁ

ଏତେ ବଡ ସ୍କେଲ,

ତୁ ତ ଅନନ୍ତ ଆକାଶ ତଳେ

ଏକ ବିନ୍ଦୁ

କିନ୍ତୁ ମୁଁ ଅସମର୍ଥ କାଗଜ ଦେହରେ ପେନସିଲ ଧରି ସେଇ ବିନ୍ଦୁକୁ ସୁନ୍ଦର କରି

ହାତ ନ ହଲେଇ ଠିକ ଭାବରେ ଥୋଇବାକୁ 

ତୁ ସୂର୍ଯ୍ୟ ଭଳି ତେଜୀୟାନ

ଚକ ଚକ କରୁ, ବାରି ହେଇ ପଡ଼ୁ

ସାରା ପୃଥିବୀରେ  

ତୋର ସ୍ୱାତନ୍ତ୍ର୍ୟ ପାଇଁ ସମସ୍ତେ ତୋତେ ଚିହ୍ନନ୍ତି

ତୋ କଳା,ଭାସ୍କର୍ଯ୍ୟ,ସାହିତ୍ୟ, ଭାଷା କୁ

ସମସ୍ତେ ଆଦର କରନ୍ତି  l


ଯେତେ ବଖାଣିଲେବି ତୋ ଇତିହାସ ସରିବନି

କେତେ ଯୁଦ୍ଧ, କେତେ ରକ୍ତର ନଦୀ ବୋହିଛି

ସେଇ ଯୁଦ୍ଧ ପୁଣି ଆଣିଛି ଶାନ୍ତି 

ଏବେବି ରକ ଏଡିଡ଼ ଥlର୍ଟିନ ରେ ଲେଖା ଅଛି

ଧର୍ମାଶୋକ ଅଶୋକଙ୍କ ଉକ୍ତି 

ତୋ ଇତିହାସରୁ ବହୁତ ଶିଖିବାକୁ ମିଳିଛି

କିଛି ପଢ଼ିଛି, କିଛି ଜାଣିଛି

ଜାଣିବାକୁ ଅଛି ଅନେକ..........

ତୋର ସେଇ ବୀର ସନ୍ତାନ ଙ୍କ ପାଇଁ 

ତୋ ଇତିହାସବି

ବିଶ୍ୱ ଇତିହାସରେ

ସ୍ଥାନିତ  l


ଯେତେ ଲେଖିଲେବି କାଗଜ ନିଅଣ୍ଟ

ତୋହରି ଗୀତି କବିତା

ତୋର ସୌଦାର୍ଯ୍ୟର ଉପମା ନାହିଁ

କେଉଁଠି ସମୁଦ୍ରର ଚଦ୍ର ଆଲୁଅରେ

ଜୁଆର ଭଟ୍ଟା ର ଉଦ୍ଦାମତା

ତ କେଉଁଠି ଝରଣାର କୁଳୁ କୁଳୁ ଶବ୍ଦ

ଆଉ କେଉଁଠି ଘୋର ଜଙ୍ଗଲ

ର ଛିଇଁ ଛିଈଁ ଶବ୍ଦ,

ବରଷାର ଥମ ଥମ କୋହ

ଆଉ ମାଳ ମାଳ ପର୍ବତ ର ଶିଖା  l


ଯେତେ ଅଙ୍କିଲେ ବି ତୋ ମାନଚିତ୍ର କୁ

ଭୂଗୋଳଖାତାରେ ତୋ ଗଭୀର ତା କୁ

ମୁଁ ପଶି ପାରେନି 

ପୃଥିବୀ ମାନଚିତ୍ରରେ ତୋର

ରୂପ ଅତି ସୁନ୍ଦର,

ତୁ ଭାରତର ଗୌରବ,

ଭାରତର ଚାରିଧାମାରୁ ତୁ ଗୋଟିଏ

ତୋ ପ୍ରତି, ତୋ ଠାକୁର କାଳିଆ

ପୃଥିବୀର ସମସ୍ତଙ୍କୁ ଆକୃଷ୍ଟ କରେ

ସତେ ଯେମିତି ତୋ ଦେହରେ ଚୁମ୍ବକ ଲାଗିଛି

ଲୁହା ଲୁହlକୁ ଆକର୍ଷଣ କଲା ଭଳିଆ

ପ୍ରଭୁ ଭକ୍ତଙ୍କୁ ଟାଣୁଛନ୍ତି 


ଯେତେ ଦେଖିଲେବି ଆଖିରେ ସେ ଆକାଂକ୍ଷା

ଦେଖିବାକୁ ତୋ ଆତ୍ମା ରେ ବସିଥିବା

ସେ ଦିବ୍ୟତ୍ୱ, ତୋ କ୍ଷେତ୍ର ରେ

ବାସ କରୁଥିବା ସେ ଶ୍ରୀକ୍ଷେତ୍ର

ପିଇବାକୁ ଇଚ୍ଛା ହୁଏ ଭକ୍ତିର ସେ ରସ

ଆଖିବୁଝିଲେ ଇଚ୍ଛାହୁଏ ଦେଖିବାକୁ

ସେଇ ଚକା ଚକା ଆଖି

ତୋ ଦେହରେ ମନ୍ଦିରର ମାଳା

ଆଧ୍ୟାତ୍ମିକ ଚେତନା ର ଛଟା   l


ତୋ ମlଟି ରେ ରହିଛି ମାଆ ର ମମତା

ତୋ ମାଟିର ସ୍ପର୍ଶରେ ପୁଲକିତ ତନୁ ମନ

ତୋ ସ୍ନେହର ଅନ୍ତନାହିଁ

ତୋ ପଣତ କାନୀକୁ ଝୁରୁଛି ଏ ମନ

ତୁ ମହାନ ଆତ୍ମା,ମହାନ ତୋର ବୀର ସନ୍ତାନ

ଇତିହାସ ରଚୟିତା, ଜ୍ଞାନ, ବିଜ୍ଞାନ, ସାହିତ୍ୟର

ତୁଳନା ନାହିଁ 

ଗର୍ବ ଲାଗେ ମୁଁ ଓଡିଶା ମାଆ ର ସନ୍ତତି

ମୋତେ ଦେ ତୋ ଛତ୍ର ଛାୟା 

ମୁଁ ପରା ତୋର ଏକ ସାଧାରଣ

ସନ୍ତାନ, ଯିଏ ତୋ ମାଟିର ବାସ୍ନା ରେ ବାସ୍ନାୟିତ 

ତୋ ଆଲୋକରେ ଆଲୋକିତ,


ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗଦପି ଗରୀୟଶି




Rate this content
Log in

Similar oriya poem from Classics