Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prem Jagat

Romance

3  

Prem Jagat

Romance

ସମ୍ପର୍କର ନଦୀ ତୀରେ

ସମ୍ପର୍କର ନଦୀ ତୀରେ

1 min
184


ସମ୍ପର୍କର ସେଇ 

ଅଡୁଆ ସୁତାରେ 

ହଜିଯାଇଛି ସ୍ମୃତି 

ଖୋଜୁଛି ଆଜି ମୁଁ 

ସେଇ ଅତିତକୁ 

ଜେଇଁରହି ସାରାରାତି ।। 

ପାଇବାଠାରୁ ମୁଁ 

ହରେଇଛି ବୋଲି

ମନରେ ନାହିଁ ମୋ ଦୁଃଖ 

ଯେଉଠି ବି ରହୁ 

ପିଲାଦିନ ସାଥୁ  

ମିଳୁ ତାକୁ ସବୁ ସୁଖ ।। 

ଆଜିବି ରହିଛି 

ମୋ ଭଲ ପାଇବା 

ରହିଥିବ ଚିରଦିନ 

ଲିଭିବନି କେବେ 

ହୃଦୟରୁ ମୋର 

ସେଇ ଅତିତର ଚିହ୍ନ ।। 

ହଜେଇବା ପାଇବା 

ନିବିଡ଼ ସମ୍ପର୍କ 

ଏଇ ପ୍ରେମ ନଦୀ ତୀରେ 

ସ୍ନେହ କମେନାହି 

ହୃଦୟରୁ କେବେ 

ବଢିଚାଲେ ଧୀରେ ଧୀରେ ।।

ସମ୍ପର୍କର ସେଇ 

ନଦୀ ତୀରେ ବସି 

କରୁଛି ମୁଁ ଅନୁତାପ 

କବିଟିଏ ହୋଇ 

ମୋ ପ୍ରିୟା ପାଇଁ 

ଲେଖୁଛି କବିତା ଗପ ।। 

ଛାତିକୁ ପଥର 

କରି ମୁଁ ବଞ୍ଚିଛି 

ଲୋକଙ୍କ ଭଲ ପାଇବାରେ 

ଆଜିବି ରହିଛି 

ଅନେକଙ୍କ ସ୍ନେହ 

ମୋ ପ୍ରତି ସତରେ ।। 

ହଜାରେ ଲୋକଙ୍କ 

ଭଲ ପାଇବାରେ 

ହେଇଛି ଆଜି ମୁଁ ବନ୍ଦୀ 

ତଥାପି ଖୋଜୁଛି 

ସେଇ ଅତିତକୁ 

ଜୀବନରେ କାନ୍ଦି କାନ୍ଦି ।। 

ହରେଇଛି ଅନେକ 

ପାଇଛି ଅନେକ 

ଏଇ ମୋର ଜୀବନରେ 

ତଥାପି ଆଜି ମୁଁ 

ବସିକି ଭାବୁଛି 

ସମ୍ପର୍କର ନଦୀ ତୀରେ ।। 



Rate this content
Log in

Similar oriya poem from Romance