STORYMIRROR

Chittaranjan Lenka

Inspirational

2  

Chittaranjan Lenka

Inspirational

ସମ୍ପର୍କ

ସମ୍ପର୍କ

1 min
13.8K


କ୍ଷୀର ସହ ନୀର      ମିଶି ରହିଥାଏ

ଜାଣିଥାନ୍ତି ସବୁ ଲୋକ

ହେଲେ କ୍ଷୀର ନୀର   ଅଭେଦ ସମ୍ପର୍କ

ଜାଣନ୍ତି ନାହିଁ ଅନେକ


କ୍ଷୀର ଫୁଟାଇଲେ     ବାଷ୍ପୀଭୂତ ହୋଇ

ନୀର ଯାଇଥାଏ ମରି

ସେଥି ପାଇଁ ଦେଖ    ନିଆଁର ମଧ୍ୟକୁ

କ୍ଷୀର ପଡଇ ଉତୁରି


କ୍ଷୀର ଓ ନୀରର     ଏମିତି ବନ୍ଧନ

ନୀର ହୋଇଗଲେ ଶେଷ

ସାଥିର ବିହୁନେ       କ୍ଷୀର କେମିତିକା

ନିଆଁରେ ଦେଉଛି ଝାସ


ସମ୍ପର୍କଟା ବନ୍ଧୁ        ଅଟେ ଏହିପରି

କ୍ଷୀର ଆଉ ନୀର ପରି

ଜଣେ ହଜିଗଲେ     ଆଉ ଜଣେ ତାକୁ

ହେଉଥିବ ଖାଲି ଝୁରି

ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational