STORYMIRROR

Sabita Nayak

Romance

3  

Sabita Nayak

Romance

ସମ୍ପର୍କ ହୃଦୟର

ସମ୍ପର୍କ ହୃଦୟର

1 min
297

ନିଘୋଡ ନିଦରେ ଶୋଇଥିଲା କୁମୁଦ 

ଜ୍ୟୋଛନା ବିଧୁରିତ କାକର ବିନ୍ଦୁ 

ଶୁଭ୍ରରଙ୍ଗ ପରିହିତା ରଜନୀ 

ହଠାତ୍ କୁମୁଦ ଶରୀରରେ କେମିତି 

ଏକ ଅଜବ ଶିହରଣ 

ନୂତନ ଅନୁଭବ 

ଧିରେ ଧିରେ ଆଖି ଖୋଲି ଚାହିଁଲା 

ଖିଲି ଖିଲି ହସୁଥିଲା ଆକାଶେ ଚନ୍ଦ୍ରମା 

ତା'ର ଶୀତଳ ଜ୍ୟୋଛନା ଢାଳି 

କୁମୁଦକୁ ଦେଇ ଚାଲିଥିଲା ଅଜସ୍ର ଚୁମା

କୁମୁଦ ମନରେ ପ୍ରଶ୍ନ ଖାଲି ପ୍ରଶ୍ନ

କିଏ ଗୋ ତୁମେ?

ଜଗାଇଲ ମୋର ସୁପ୍ତ ଚେତନା 

ତୁମକୁ ଦେଖିଲେ ମୁଁ ଭୁଲିଯାଏ ମୋତେ 

ଦୂରହୋଇଯାଏ ସବୁ ବେଦନା 

ଆଉ ଦେହରେ ମୋର

ଇୟେ କି ହୁଏ ?

ମୁଁ ହଜିଯାଏ କାହିଁ ତୁମକୁ ଦେଖି

ପାରେନା ରୋକି

ମୁଁ ଖୋଜୁଥାଏ ମୋର ଅସ୍ତିତ୍ତ୍ୱ

ହସୁଥାଅ ତୁମେ ଅମ୍ବରେ ରହି

ନିରବରେ କୁହ ସତେକି ମୋତେ 

ମୁଁ ପରା ତୁମର

ତୁମେ ତ ମୋହର 

ବନ୍ଧନ ଆମର ଚିର ଅମର 

କେହି ବି ଆମକୁ ରୋକି ପାରିବେନି 

ସଖୀରେ, ଭଲପାଇବା ମୋର 

ନୁହେଁ କ୍ଷଣିକ 

ତୁମରି ପାଇଁ ଜ୍ୟୋଛନା ଢାଳୁଥିବି 

ତୁମରି ହସରେ ମୁଁ ହସୁଥିବି 

ଥିବାଯାଏ ମୋର ଶେଷ ନିଃଶ୍ୱାସ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance