STORYMIRROR

Hemanta Kumar Nayak

Comedy

3  

Hemanta Kumar Nayak

Comedy

ସମାଜେ ଏମିତି

ସମାଜେ ଏମିତି

1 min
160


 (ଛନ୍ଦ- ଆଷାଢ଼ ଶୁକ୍ଳ)

***************

ଫଟା ମୃଦଙ୍ଗକୁ କେମ୍ପା ବାୟକ

କାଲା ପାଳିଆକୁ ଖନା ଗାୟକ

ମୁକ ଭକତିରେ ଵଜାଏ ଝାଞ୍ଜ

ଚାମର କି ହେବ ଘୋଡ଼ାର ଲାଞ୍ଜ

ସମାଜେ ଏମିତି

ବଦଳି ଗଲାଣି ଆମ ସଂସ୍କୃତି ।।


କାଣି ନୟନରେ କଜ୍ଜ୍ୱଳ ନେସି 

ଫିରିକି ଗୋଡ଼ି ଯେ ନାଚୁଛି ବେଶି

ମୁଖ ପୁସ୍ତିକାରେ ଚାଲିଛି ନାଟ

ଦିଅଁ ନା ଦେଉଳ ଆଉ କି ଭେଟ

ସମାଜେ ଏମିତି

ବଦଳି ଗଲାଣି ଆମ ସଂସ୍କୃତି ।।


ଭାଇ ବୋହୂ ଛବି ନିରିଖି ଦେଖି

ଦେଢ଼ଶୁର କୁହେ ସୁନ୍ଦରୀ ଟୋକି

ଶୁଭ ରାତ୍ରି ବାର୍ତ୍ତା ଦିଏ ଶ୍ୱଶୁର

ଆଉ କି ପ୍ରେମକୁ ଲୋଡ଼ିବ ଘର

ସମାଜେ ଏମିତି

ବଦଳି ଗଲାଣି ଆମ ସଂସ୍କୃତି ।।


ଅଡ଼ୁଆ ହେଲାଣି ଓଡ଼ିଆ ବେଶ

ଚୁଟି ଫର ଫର ମୁକୁଳା କେଶ 

ହାତେ ପଟେ ଶଙ୍ଖା ନାମକୁ ପିନ୍ଧେ

ଦେହରେ ଶାଢ଼ୀକୁ ଆଉ କି ବାନ୍ଧେ

ସମାଜେ ଏମିତି

ବଦଳି ଗଲାଣି ଆମ ସଂସ୍କୃତି ।।


ପାଣ୍ଢୋଇ ପିନ୍ଧିକି ରୋଷେଇ ଘରେ

ବ୍ୟଞ୍ଜନ ରାନ୍ଧନ୍ତି କେଡ଼େ ମଜାରେ

ତୁଣ୍ଡେ ରୁଚୁ ନାହିଁ ଦେଶୀ ପରଶା

ଆଉ କି ଖୋଜିବା ପଖାଳ କଂସା

ସମାଜେ ଏମିତି

ବଦଳି ଗଲାଣି ଆମ ସଂସ୍କୃତି ।।


ଓଷାବ୍ରତ ଯେତେ ଯାନି ଯାତରା

ଅଛି କନା ନାହିଁ- କର୍ପୁର ପରା

ପିଠା ପଣା ସବୁ ହେଲାଣି କିଣା

ଆରିସା ଗଢ଼ିବା ଆଉ କି ଜଣା

ସମାଜେ ଏମିତି

ବଦଳି ଗଲାଣି ଆମ ସଂସ୍କୃତି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy