STORYMIRROR

Chittaranjan Lenka

Tragedy

2  

Chittaranjan Lenka

Tragedy

ସଖୀ ଓ କବିତା

ସଖୀ ଓ କବିତା

1 min
2.4K


ତୋ ପାଇଁ ପଦଟେ        ଲେଖିଲେ ଲୋ ସଖୀ

          କିଏ କେତେ କଥା କହେ

କାହାକୁ ମୁଁ କିଛି                  କହିପାରେନାହିଁ

           ମନ ବୁଝେ ଆଖି ଲୁହେ

ବିରହ ବେଦନା             କେତେ ଯେ ଯନ୍ତ୍ରଣା

             ବିରହୀ ହିଁ ବୁଝିଥାଏ

ଦି ଧାଡି କବିତା              ଲେଖିଦେଲେ ତାର

            ମନଟା ହାଲୁକା ହୁଏ

କବିତା ମାଧ୍ୟମେ               ଦୁଃଖକୁ ଢାଳଇ

            ମନ କଥା କହିଦିଏ

ହେଲେ ସେ କବିତା         ଶାନ୍ତ୍ଵନା ଦେବାର

            ଶକତି ହରାଇ ଥାଏ

                             ଚିତ୍ତରଞ୍ଜନ ଲେଙ୍କା,କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy