STORYMIRROR

Ashok Kumar Pradhan

Tragedy

3  

Ashok Kumar Pradhan

Tragedy

ଶୂନ୍ୟ ଆଶା

ଶୂନ୍ୟ ଆଶା

1 min
11.7K


ଶୂନଶାନ ସଡ଼କର ନିର୍ଜନତାକୁ 

ଦି ଟା ଭୋକିଲା ଆଖି 

ତୃଷାର୍ତ୍ତ ନୟନରେ 

ଅତିକ୍ରମ କରିବାର ଧୃଷ୍ଟତା ll


ଚାଖଣ୍ଡେ ପେଟର ବିକଳ ଭୋକ 

ଟାଆଁସ ଲୋମରୁ ଦୁଇ ବୁନ୍ଦା ଝାଳ 

ନୁଖୁରା କେଶ ଅସ୍ତବ୍ୟସ୍ତ 

ଆଉ ସହରର ରାସ୍ତା କଡର 

ଟ୍ୟୁବୱେଲରୁ ଦୁଇ ମୁନ୍ଦା ଜଳରେ 

ତୃଷ୍ଣା ମେଣ୍ଟାଏ ll


ଚାଲିବାକୁ ହେବ ଅନେକ ଦୂର 

ଯେମିତି ବି ହେଉ 

ସହର ଛାଡିବାକୁ ପଡିବ 

ନିଜ ଠିକଣା ଖୋଜିବାକୁ 

ଜୟଯାତ୍ରାର କଳା ମଚମଚ 

ଲମ୍ବିଛି ପିଚୁ ସଡକ ll


ଏତେ ବଡ଼ ସହର 

ଏଠି କେହି ନୂହେଁ କାହାର 

ପେଟ ଭୋକ ପେଟକୁ ଜଣା 

ବଞ୍ଚିବାକୁ ଏଠି ନିଇତି କସରତ 

ଅଜଣା ବ୍ୟାଧିରେ ସହରରେ ବିତ୍ପାତ ll


ଶୂନ୍ୟ ଆକାଶକୁ ଚାହିଁ

ବାଦଲର ପାଖେ ଅଭିଯୋଗ

କିଛି ଦିନ ଅନ୍ତତଃ 

ବଞ୍ଚିବା ପାଇଁ ସହର ଛାଡି 

ଗାଁ କୁ ଯାଇ ଗୃହବନ୍ଦୀ 

ପ୍ରକୃତରେ ଯଥେଷ୍ଟ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy