STORYMIRROR

ଦୀପଙ୍କର ଦାସ

Comedy Classics Children

3  

ଦୀପଙ୍କର ଦାସ

Comedy Classics Children

ଶୂନ

ଶୂନ

1 min
353

ଶୁନରେ ଶୁନରେ ଶୁନରେ ଶୁନ,ସତରେ ତୁଅଟୁ କେଡେମହାନ।

ବାମରେ ବସିଲେ ତୁ ମୂଲ୍ୟହୀନ, ଡ଼ାହାଣେ ବସିଲେ ତୁ ମୂଲ୍ୟବାନ।

ଇଂରାଜୀରେ ସିନା ତ ନା ଜିରୋ, ଅଙ୍କ ରାଇଜରେ ତୁ ଅଟୁ ହିରୋ।

ଅଙ୍କରାଇଜରେ ତୋର ପ୍ରଥମ ସ୍ଥାନ, ତତେ ପ୍ରସଂଶି ନାହିଁ ମୋ ଜ୍ଞାନ।

ଜନ୍ମମାଟି ତୋର ଅଟେ ଭାରତ ,ଗୁଣଗାନ କରେ ସାରା ଜଗତ।

ତସାଥେ ଗୁଣିଲେ ତୁ ବିଦ୍ୟମାନ, ତସାଥେ ମିଶିଲେ ତୁ ଅନ୍ତର୍ଦ୍ଧାନ

ଚୁପ୍ ରହି ତୁ ଅନେକ କହୁ ,କେତେ ମିଠା ମିଠା କଥା ଶିଖଊ।

ସବୁ ସଂଖ୍ୟା ତୋର ପ୍ରଶଂସା ଗାୟେ,ତୋପାଇଁ ସହସ୍ର ଲକ୍ଷ ହୁଏ।

କେବେ କେବେତୁହି ବୋକା ବୋଲାଉ, କେବେ ପୁଣି ଜ୍ଞାନୀ ନିଦ ହଜାଉ।

ଥରେ ଆସ ତୁ ମୋ ଘର ଆଡେ ଗାଲେ ତୋର ଗୋଟେ ଦେବି ଚୁମ୍ବନ।

ଶୁନରେ ଶୁନରେ ଶୁନରେ ଶୁନ ସତରେ ତୁ ଅଟୁ କେଡେ ମହାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy