ଶୁଣ ହେ ମଣିଷ ଭାଇ
ଶୁଣ ହେ ମଣିଷ ଭାଇ
ଶୁଣ ହେ ମଣିଷ ଭାଇ!
ନୀଚ ମନା ହୋଇ ବଞ୍ଚିବା ପାଇଁକି
ମଣିଷ ଜନମି ନାହିଁ।
ଜଡି ନିଜ ସ୍ୱାର୍ଥେ କହିବା ମୋହର
ତାହାର ତାହାର ସକଳ
ଉଚ୍ଚ ମନା ସଦା ଭାବଇ ଏ ମହୀ
ଏକ ପରିବାର ତା ବଳ
ଏଇତ ଆମରି ଶକତି
ଭାଇ ବନ୍ଧୁ ପୂର୍ଣ୍ଣ ସଂସ୍କୃତିରେ ଗଢ଼ା
ବସୁଧା କୁଟୁମ୍ବ ପୀରତି।
ଶୁଣ ହେ ମଣିଷ ଭାଇ!
ଉପନିଷଦର ସେ ମହାନ ବାଣୀ
ରହିବା ତା ପାଖେ ଋଣି।
ସର୍ବ ଜୀବ କୁଳ ନୀରୋଗ ରୁହନ୍ତୁ
ସୁଖ ଶାନ୍ତି ଆନନ୍ଦରେ
ଦୁଃଖ ହଟି ଯାଉ ଏ ଧରା ବକ୍ଷରୁ
ଭାଇ ଭାଇ ଭାବନାରେ
ଆମେ ତ ଶାନ୍ତି ବାର୍ତ୍ତା ବହ
ଉଜ୍ଜଳ ଦିବସ ନିଷ୍ପାପ ରଜନୀ
ବାସି ଉଠୁ ମହ ମହ ମହ।