STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ଶତରୂପା ସତ୍ତା ସତ୍ୟା

ଶତରୂପା ସତ୍ତା ସତ୍ୟା

1 min
245

 ଶତରୂପା ସତ୍ତା ସତ୍ୟା ସୌମ୍ୟା ଶ୍ୟାମଳା

 ସର୍ବମନ୍ତ୍ରମୟୀ ଶ୍ୟାମା  ସର୍ବମଙ୍ଗଳା  

 ସତ୍ୟାନନ୍ଦସ୍ୱରୂପିଣୀ ଶାନ୍ତା ସୁଶୀଳା   

 ଶୂନ୍ୟବାସିନୀ ଶଙ୍କରୀ ସାଗରବାଳା              

 ଶତଶତ ପ୍ରଣିପାତ ମାତା ଶୀତଳା ।।


ମହାଦେବୀ ମହାବିଦ୍ୟା ବିଦ୍ୟା ଦାୟିନୀ

 ସାରଳାଗୋ ସରସ୍ୱତୀ ସି°ହବାହିନୀ

 ଯୋଗମାୟା ଯୋଗୀଜାୟା ଯୁଗ ପାଳିନୀ

ମେଘମାଳା ଗିରିବାଳା ମେଘ ଆସନୀ

କପାଳିନୀ କାତ୍ୟାୟିନୀ କାମ୍ୟା କମଳା ।।


ନରମୁଣ୍ଡ ମାଳିନୀ ଗୋ ଚଣ୍ଡୀ ଚଣ୍ଡୀକା

ମାହେଶ୍ୱରୀ ମହାମାୟା ରକ୍ତଦନ୍ତିକା

କଳାବତୀ କାଳରାତ୍ରି କାଳି କାଳିକା

ମୁକ୍ତକେଶି ପୂର୍ଣ୍ଣଶଶି ଅମ୍ବା ଅମ୍ବିକା

ସୁଲୋଚନା ସୁନୟନା ସୁଗୁଣା ସ୍ଥୁଳା ।।


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational