ଶତରୂପା ସତ୍ତା ସତ୍ୟା
ଶତରୂପା ସତ୍ତା ସତ୍ୟା


ଶତରୂପା ସତ୍ତା ସତ୍ୟା ସୌମ୍ୟା ଶ୍ୟାମଳା
ସର୍ବମନ୍ତ୍ରମୟୀ ଶ୍ୟାମା ସର୍ବମଙ୍ଗଳା
ସତ୍ୟାନନ୍ଦସ୍ୱରୂପିଣୀ ଶାନ୍ତା ସୁଶୀଳା
ଶୂନ୍ୟବାସିନୀ ଶଙ୍କରୀ ସାଗରବାଳା
ଶତଶତ ପ୍ରଣିପାତ ମାତା ଶୀତଳା ।।
ମହାଦେବୀ ମହାବିଦ୍ୟା ବିଦ୍ୟା ଦାୟିନୀ
ସାରଳାଗୋ ସରସ୍ୱତୀ ସି°ହବାହିନୀ
ଯୋଗମାୟା ଯୋଗୀଜାୟା ଯୁଗ ପାଳିନୀ
ମେଘମାଳା ଗିରିବାଳା ମେଘ ଆସନୀ
କପାଳିନୀ କାତ୍ୟାୟିନୀ କାମ୍ୟା କମଳା ।।
ନରମୁଣ୍ଡ ମାଳିନୀ ଗୋ ଚଣ୍ଡୀ ଚଣ୍ଡୀକା
ମାହେଶ୍ୱରୀ ମହାମାୟା ରକ୍ତଦନ୍ତିକା
କଳାବତୀ କାଳରାତ୍ରି କାଳି କାଳିକା
ମୁକ୍ତକେଶି ପୂର୍ଣ୍ଣଶଶି ଅମ୍ବା ଅମ୍ବିକା
ସୁଲୋଚନା ସୁନୟନା ସୁଗୁଣା ସ୍ଥୁଳା ।।