ଶସ୍ତା ପ୍ରେମ
ଶସ୍ତା ପ୍ରେମ
ଆଞ୍ଜୁଳାଏ ସୁଖ ପାଇଁ
ଜାଳିଦେଲ ମୋ ସର୍ବସ୍ୱ
ଭାବିଲନି ଥରୁଟିଏ
କେମିତି ସହ୍ୟ କରିବ ଏ
ନିରୀହ ଶରୀର
ତୁମେ ତ ଖୁବ ମହାନ
ମହାନ ତୁମର ସବୁକିଛି
ମୁଁ ତ ଛାର କୃଷକ ପୁଅ
ତୁମ ଚାଲିଚଳଣୀ
ବେଶଭୁଷା, ପର୍ବ ପର୍ବାଣୀ
ଆଧୁନିକର ସ୍ପର୍ଶରେ ରଙ୍ଗୀନ
କାଲି ଥିଲା ସେମିତି
ତୁମ ହୃଦୟରେ ନକଲି
ପ୍ରେମର ପ୍ରଲେପନ
ଯାହା ଆଜି ଧୋଇଗଲା
ଆଉ କାହା କେଇ ଟଙ୍କାର ଉପହରରେ
ଭାବିନେଲ
ଏ ହୃଦୟ ଖୁବ ଶସ୍ତା
ଯେତେବେଳେ ଚାହିଁବ
ଖେଳିବ ଖେଳଣା ଟେ ଭାବି
ଆସିଛ ଚାଲିଯିବ
ଅନେକ ଦୁଃଖ ଦେଇ
ତୁମେ ତ ଅସୁଥିବ ଆଉ କା'
ରାଣୀ ହେଇ
ମୁଁ ସିନା ଜଳୁଥିବୀ ପ୍ରତୀକ୍ଷଣେ
ତୁମରି ଅତୀତକୁ
ନିଜର କରି
