Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pt.Abhaya Kumar Tripathy Sharma

Classics

4  

Pt.Abhaya Kumar Tripathy Sharma

Classics

ଶ୍ରୀରାମ ଜନ୍ମ ବୃତ୍ତାନ୍ତ

ଶ୍ରୀରାମ ଜନ୍ମ ବୃତ୍ତାନ୍ତ

3 mins
394



(ରାଗ :- ଗୁଜ୍ଜରୀ / ଭାଗବତ ବାଣୀ)


ବିଶ୍ୱପ୍ରସିଦ୍ଧ ରଘୁବଂଶ l ଅବଧ ନଗରର ଈଶ ll

ରଘୁବଂଶରେ ଦଶରଥ l ଜନ୍ମିଲେ ତ୍ରେତା ଯୁଗ ଅନ୍ତ ll

ଅଜଙ୍କ ପୁତ୍ର ସେହୁ ଜାଣ l ବଢିଲେ ପୂର୍ଣ୍ଣ ଇନ୍ଦୁ ସମ ll

ମାତା ଇନ୍ଦୁମତୀ ସ୍ନେହରେ l ବାଳରୁ ସେହୁ ଯୁବାହେଲେ ll

ବିଭା ବୟସ ଉପନୀତ l ବିବାହ କୌଶଲ୍ୟା ସହିତ ll

କେକୟ ନନ୍ଦିନୀ କୈକେଇ l ସୁମିତ୍ରା ଆଦି ତିନି ଦେଈ ll

ଏମନ୍ତ ସମୟେ ରାବଣ l ବଳେ ଜିଣିଲା ତ୍ରିଭୁବନ ll

ଅଯୋଧ୍ୟା ଦେଶକୁ ବିଜୟ l କରିବ ମନେ କଲା ଥୟ ll

ଘୋର ସମରେ ଦଶରଥ l ରାବଣେ କରିଲେ ପରାସ୍ତ ll

ବନ୍ଧନ କଲେ ତାକୁ ଯେଣୁ l କାକୁସ୍ତ ଭାବ ଘେନି ତେଣୁ ll

ମାଗିଲା ରଖହେ ଜୀବନ l ତା ଦେଖି ରାଜା ହୃଷ୍ଟମନ ll

ଶରଣାଗତକୁ ରଖନ୍ତି l ରଘୁବଂଶର ଏହି ନୀତି ll

ବୋଇଲେ ମାଗି ଘେନ ବର l କରୁଛି ସତ୍ୟ ତିନିବାର ll

ରାବଣ ଜାଣେ ସିଦ୍ଧି ବଳେ l ୟା ପୁତ୍ର ମାରିବେଟି ବେଳେ ll

ଏଣୁ ଶପଥ କରାଇବି l ସନ୍ତାନ ନହେଉ ମାଗିବି ll

ମାଗିଲା ଯହୁଁ ଏହି ବର l ଚିନ୍ତିତ ଦଶରଥ ବୀର ll

ରଘୁକୁଳର ରୀତି ଅଛି l ବଚନ ନଯିବେ ମୁରୁଛି ll

ଅସ୍ତୁ ବୋଲିଣ ପୁଛାକଲେ l ଏହା ସମ୍ଭବ କେହ୍ନେ ଭଲେ ll

କୌଣପ ବୋଲଇ ବଚନ l ସ୍ତ୍ରୀ ଋତୁମତି ସପ୍ତଦିନ ll

ତା ପର ନବ ଦିନ ଯାଏ l ଗର୍ଭ ସମ୍ଭବ ଯେଣୁ ହୁଏ ll

ଷୋଡଶ ଦିବସ ପର୍ଯ୍ୟନ୍ତ l ନଯିବ ସହବାସ ପଥ ll

ସନ୍ତାନ ନହେବ ଉତ୍ପନ୍ନ l ରହିବ ମୋହର ଜୀବନ ll

ହେଉ ବୋଇଲେ ଦଶରଥ l ଯେଣୁ ସେ ମହା ସତ୍ୟବ୍ରତ ll

ସେଦିନୁ ସନ୍ତାପରେ ଥାଇ l ମୃଗୟା ପାଇଁ ବନେ ଯାଇ ll

ଅଜ୍ଞାତେ ଶବ୍ଦଭେଦି ମାରି l ଶ୍ରବଣ ଜୀବନ ସଙ୍ଘାରୀ ll

ଅନ୍ଧମୁନିଙ୍କ ଶାପ ଘେନି l ନବରେ ରହିଲେ ସେ ତୁନି ll

ମୁଖ ନଦେଖି ପୁତ୍ରଙ୍କର l ମୃତ୍ୟୁ ତୋ ହେଉରେ ପାମର ll

ଏମନ୍ତେ ଗଲା କିଛି ଦିନ l ଗୁରୁଙ୍କୁ ମିଳିଲେ ରାଜନ ll

ସମସ୍ତ ବୃତ୍ତାନ୍ତ ଭଣିଲେ l ଶୁଣି ଗୁରୁ ଯେ ଆଜ୍ଞାଦେଲେ ll

ପୁତ୍ରେଷ୍ଟି ଯଜ୍ଞ କର ରାଜା l ନିଶ୍ଚୟ ଜନମିବେ ପ୍ରଜା ll

ଋଷ୍ୟଶୃଙ୍ଗ ସେ ବ୍ରହ୍ମଋଷି l ଯଜ୍ଞ କରନ୍ତୁ ଏଠି ଆସି ll

ନିମନ୍ତ୍ରୀ ଋଷ୍ୟଶୃଙ୍ଗ ମୁନୀ l ଯଜ୍ଞ ଆରମ୍ଭ କଲେ ପୁଣି ll

ପୁତ୍ରେଷ୍ଟି ଯଜ୍ଞ ପୁରୋହିତ l ହୋଇଣ ଥିବେ ବିବାହିତ ll

ଋଷ୍ୟ ଯେଣୁ ଅବିବାହିତ l ଏ ଯଜ୍ଞ ନୁହଁଇ ବିହିତ ll

ଶୂନ୍ୟରୁ ଏହି ବାଣୀ ଶୁଣି l ପଡିଲା ଯେ ମହା ଭାଳେଣି ll

କନ୍ୟାଏ କେଉଁଠୁ ଆଣିବେ l ଋଷ୍ୟଶୃଙ୍ଗଙ୍କୁ ବିଭା ଦେବେ ll

ସେ ମହାରାଜ ଲୋମପାଦ l ଯଜ୍ଞ ସ୍ଥଳରେ ସ୍ଥାପି ପାଦ ll

ବିନମ୍ର ଭାବରେ ବୋଇଲେ l ଶାନ୍ତା କନ୍ୟାକୁ ବିଭାଦେଲେ ll

କେମନ୍ତ ହୋଇବ ପ୍ରସ୍ତାବ l ରାଜନ ମନରେ ହେଜିବ ll

ଦଶରଥ କଲେ ସ୍ମରଣ l ପୂର୍ବେ ମୃଗୟା ଗଲି ବନ ll

ସୁନ୍ଦରୀ ମାନ୍ଦାକ୍ଷାତା ସହ l ବନେ ମିଳିଲି ହୋଇ ମୋହ ll

ବୃହଦ୍ରଥ ସ୍ତ୍ରୀ ମାନ୍ଦାକ୍ଷାତା l ଶବରୀ ଗରଭୁ ଶମ୍ଭୁତା ll

ଶାନ୍ତା ଯେ ମୋର ନିଜ ସୂତା l ଲୋମପାଦ ରାଜ ପାଳିତା ll

ଅସ୍ତୁ କରନ୍ତେ ସେ ରାଜନ l ଋଷ୍ୟଙ୍କୁ କନ୍ୟା କଲେ ଦାନ ll

ପୁତ୍ରେଷ୍ଟି ଯଜ୍ଞ ସମାପନ l କରିଲେ ଅଥର୍ବ ବ୍ରାହ୍ମଣ ll

ଅଥର୍ବବେଦୀ ଋଷ୍ୟଶୃଙ୍ଗ l ଆୟୁର୍ବେଦରେ ସେଯେ ତୁଙ୍ଗ ll

ସମସ୍ତ ଔଷଧୀ ଜାଣନ୍ତି l ଗର୍ଭ କେମନ୍ତେ ପ୍ରସରନ୍ତି ll

ଏପରି ବନୌଷଧି ଆଣି l ଚରୁ ରାନ୍ଧିଲେ ଋଷିମଣି ll

ସେ ଚରୁ ଯେ ଗର୍ଭକୁ ଗଲା l ଗର୍ଭ ଧାରଣ ବୃଦ୍ଧି ହେଲା ll

ଷୋଡଶ ଦିବସ ପର୍ଯ୍ୟନ୍ତ l ରାବଣ ବର ନେଲା ସତ୍ୟ ll

ତାପରେ ଗର୍ଭ ନ ସଞ୍ଚରେ l ତାହା ସମ୍ଭବ ଏ ଚରୁରେ ll

ଏମନ୍ତେ ତିନି ରାଣୀ ମିଳି l ଆନନ୍ଦେ ଚରୁ ଦେଲେ ଗିଳି ll

ଔଷଧୀ ଗୁଣ ଥିବା ସତ୍ୱେ l ଷୋଡଶ ଦିନାନ୍ତର ଗତେ ll

ଗର୍ଭ ରହିଲା ରାଣୀଙ୍କର l ଜନ୍ମିଲେ ସୁନ୍ଦର କୁମର ll

ମର୍ଯ୍ୟାଦା ପୁରୁଷ ଉତ୍ତମ l ରାଜୀବ ଲୋଚନ ଶ୍ରୀରାମ ll

ଚତୁର୍ଦ୍ଧା ମୂରତି ହୋଇଲେ l ଭରତ ଲକ୍ଷ୍ମଣଙ୍କ ତୁଲେ ll

ଶତ୍ରୁଘ୍ନ ପୁଣି ଉପୁଜିଲେ l ଅବଧେ ଜନମ ଲଭିଲେ ll

ସେ ରାମ ପଦପଙ୍କଜରେ l ମନ ମୋ ରହୁ ନିରନ୍ତରେ ll

ମନ ମୋ ନିରନ୍ତରେ ରହୁ l ହା ରାମ ବୋଲି ଜୀବଯାଉ ll

ହା ରାମ ବୋଲି ଯାଉ ଜୀବ l ମୋତେ ଉଦ୍ଧର ସୀତାଧବ ll

ମୋତେ ଉଦ୍ଧର ପଦ୍ମନାଭ l ମୋତେ ଉଦ୍ଧର ବିଶ୍ୱଦେବ ll

ଜୟତୁ ଜୟ ରାମଚନ୍ଦ୍ର l ସକଳ ଦେବଙ୍କର ଇନ୍ଦ୍ର ll

ନୀଳମ୍ବୁ ତନୁ ତୋ ସୁନ୍ଦର l କୋଟି କନ୍ଦର୍ପ ମନୋହର ll

ଅଭୟ ଚରଣେ ଅଭୟ l ଶରଣ ଗଲି ହେ ନିର୍ଭୟ ll



Rate this content
Log in