STORYMIRROR

Saroj Kumar Jena

Inspirational

3  

Saroj Kumar Jena

Inspirational

ଶ୍ରୀରାମ ଚରିତ

ଶ୍ରୀରାମ ଚରିତ

2 mins
291

  

ଅଯୋଧ୍ୟା ନଗରେ ଜନମ ହୋଇଲ

  ପ୍ରଭୁ ମର୍ଯ୍ୟାଦା ପୁରୁଷ ,

ବାଲ୍ମିକୀ ରଚିଲେ ରାମାୟଣ ଗାଥା

  ତୁମ୍ଭ ନାମେ ଅଛି ଯଶ ...।୧।


ତ୍ରେତୟା ଯୁଗରେ ମରତ ଧାମରେ

   ଜନ୍ମିଥିଲ ପ୍ରଭୁ ରାମ ,

ରାବଣର ଅର୍ଧମ ସହ୍ୟ ନକରି

  ଉତ୍ତରିଲ ମର୍ତ୍ତ୍ୟ ଧାମ ..।୨।


ପିତାଙ୍କ ବଚନେ ଚଉଦ ବରଷ

   ଯାଇଥିଲ ବନବାସ ,

ମନ୍ଥରା ଚକ୍ରାନ୍ତେ କୈକେୟୀ ମାତା ଯେ

  ଦେଇଥିଲେ ଦଣ୍ଡାଦେଶ ..।୩।


ତୁମେ ଯେ ଅଗ୍ରଜ ଲକ୍ଷ୍ଣଣ ଅନୁଜ

  ସଙ୍ଗେ ଥିଲେ ସୀତା ମାତା ,

ପଞ୍ଚବଟୀ ବନେ କୋଦଣ୍ଡ ତୁମର

   ଗାଉଥିଲା ଜୟ ଗାଥା ...।୪।


ବ୍ରାହ୍ମଣ ରୂପରେ ସୀତାଙ୍କୁ ହରିଲା

   ଲଙ୍କାପତି ସେ ରାବଣ ,

ଲକ୍ଷ୍ମଣ ରେଖାକୁ ଡେଇଁଣ ଗଲେ ଯେ

    ରାବଣ କଲା ହରଣ ...।୫।


ସୀତାଙ୍କୁ ଉଦ୍ଧାର କରିବା ନିମନ୍ତେ

 କିସ୍କିନ୍ଦା ଗଲେ ରାମ ,

ସୁଗ୍ରୀବ ସଙ୍ଗତେ ସଙ୍ଗାତ ବସିଣ

  ବାଳି ପାଇଁ ହେଲେ ଯମ ..।୬।


ରାମଙ୍କୁ ପାଇଣ ତୁଣ୍ଡେ ଧରୁଥିଲେ

  ରାମ ରାମ ହନୁମାନ

ରାମଙ୍କ ମୁଦ୍ରିକା ସଙ୍ଗତେ ଧରିଣ

  ଲଙ୍କାକୁ କଲେ ଗମନ ..।୭।


ଲଙ୍କାଗଡ଼ ଦେଶେ ଯାଇଣ ଦେଖିଲେ

   କାନ୍ଦୁଥିଲେ ଜଣେ ନାରୀ ,

ଅଶୋକ ବୃକ୍ଷର ପାଦ ଦେଶେ ତାର

  ଅଶ୍ରୁ ଯାଇଥିଲା ଭରି ...।୮।


ଦେଖିଣ ମୁଦ୍ରିକା ଖୁସିହେଲେ ମାତା

  କହିଲେ ଧନ୍ୟ ବାନର ,

ଦେଇଣ ଆଶିଷ କହିଲେ ବୈଦେହୀ

   ସଦା ରହିବ ଅମର ...।୯।


ସୀତାଙ୍କ ପାଶରୁ ହନୁଙ୍କୁ ରାକ୍ଷସ 

ନେଇ ଗଲେ ଭିଡ଼ି ଭିଡ଼ି ,

ଲାଙ୍ଗୁଡ଼ ଶୀର୍ଷରେ ଅଗ୍ନି ଲଗାଇଣ

   ଦେଇଥିଲେ ତାଙ୍କୁ ଛାଡ଼ି ..।୧୦।


ପବନ ସୁତ ଯେ କ୍ରୋଧରେ ପଡ଼ିଣ

 କରିଥିଲେ ଲଙ୍କା ପୋଡ଼ି ,

ଏହାକୁ ଦେଖିଣ ଅସୁର ଗଣ ଯେ

   ପକାଇଲେ କେତେ ରଡ଼ି ...।୧୧।


ବାନର ଗଣ ଯେ ସମୂହ ମିଶିଣ

  ବାନ୍ଧିଥିଲେ ସେତୁ ବନ୍ଧ ,

ନଳ ନୀଳ ଏଠି ରଚିଲେ କୀରତ୍ତି

   ଚିନ୍ତାକଲା ମେଘନାଦ ..।୧୨।


କରିଲା କପଟ ସେହି ମେଘନାଦ

 ଅନ୍ୟ ନାମ ଇନ୍ଦ୍ରଜିତ

କଲା ଶକ୍ତି ଭେଦ ହେଲେ ମୂର୍ଚ୍ଛାଘାତ

     ସୁମିତ୍ରାଙ୍କ ବୀର ସୁତ ...।୧୩।


ପବନ ତନୟ ବିଶଲ୍ୟକରଣୀ

   ଆଣିଲେ କରି ବରଣୀ ,

ନୂତନ ଜୀବନ ଅନୁଜ ଲକ୍ଷ୍ମଣ

   ପାଇଥିଲେ ନୂଆ ପୁଣି ..।୧୪।


କାଳ କ୍ରମେ କାଳ ଘୋଟାଇ ଆସିଲା

    ରାବଣ ହେଲା ନିହତ ,

ଯଶ କୀର୍ତ୍ତି କେତେ ରଖିଦେଇ ଗଲେ

  ଦଶରଥ ଜ୍ୟେଷ୍ଠ ସୁତ ...।୧୫।


ଆହୁରି କେତେ ଯେ କଥା ରହିଅଛି

    ଯାହା ରହିଅଛି ବାକି ,

ସ୍ୱଳ୍ପରେ ବର୍ଣ୍ଣିତ କରିଛି ବଖାଣି

  ନୁହେଁ ' ମୁଁ ' ଋଷି ବାଲ୍ମିକୀ ...।୧୬।


  


    


    

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational