Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଶ୍ରଦ୍ଧା

ଶ୍ରଦ୍ଧା

1 min
268



ଶ୍ରଦ୍ଧା ସହଜାତ ମୈ।ଳିକ ସ୍ୱଭାବ

ବିଶେଷ ଜୀବନ ଗୁଣ

ଶ୍ରଦ୍ଧା ଗୁଣବତ୍ତା କରଇ ନିର୍ଣ୍ଣୟ

ମାନବ ଚରିତ୍ର ମାନ ।


ଅବିଚ୍ଛେଦ୍ୟ ଭାବେ ସବୁରି ହୃଦୟ

ମନେ ରହିଥାଏ ଶ୍ରଦ୍ଧା

ସାତ୍ତ୍ଵିକ ଭାବରେ ଆଦର ଓ ପ୍ରେମ

ହିତକର ଲାଗେ ସଦା ।


ବୈବସ୍ୱତ ମନୁ ଶରଧା ଦେବୀଙ୍କ

ଔରସୁ ଜାତ ମାନବ

ଶ୍ରଦ୍ଧା ସୁବିଶ୍ୱ।ସେ ଅରଜଇ ପୁଣ୍ୟ

ହୋଇଥାଏ ଦିବ୍ୟପୂଜ୍ୟ ।


ଗୁରୁ ଗୁରୁଜନ ଈଶ୍ୱରଙ୍କୁ ଭକ୍ତି

ବ୍ୟବହାର ପ୍ରେମପୂର୍ଣ୍ଣ

ମନର ଶରଧା ଯୁକ୍ତ କଲେ ହୁଏ

ମଣିଷ ସଫଳକାମ ।


ରଜ ତମ ଗୁଣେ ଅଧିକ ଆସକ୍ତି

ଶରଧା ଅପପ୍ରୟୋଗ

ମାନବ ମହତ୍ତ୍ଵ କରେ ଅବକ୍ଷୟ

ଚରିତ୍ରେ ଲଗାଏ ଦାଗ ।


ଆଦର ଅଭାବେ ହୁଏ ବାଟବଣା

ସମାଜେ ଶିଶୁ କିଶୋର

ଗଲେ ବିପଥରେ ଯୁବକ ଯୁବତୀ

ଉଜୁଡେ ସୁନା ସ°ସାର ।


ଆଚରଣେ ଅବା ହେଉ ଉପଯୋଗେ

ହୋଇବା ପ୍ରଯତ୍ନଶୀଳ

ବିତରିବା ଶ୍ରଦ୍ଧା ସ୍ନେହ ଓ ଆଦର

ମିଳିବ ଉତ୍ତମ ଫଳ ।

  


Rate this content
Log in

Similar oriya poem from Inspirational