STORYMIRROR

Titi Sarangi

Inspirational

3  

Titi Sarangi

Inspirational

ଶ୍ରାବଣର ଦିନ

ଶ୍ରାବଣର ଦିନ

1 min
13.3K


ଭିଜା ଭିଜା ଏଇ ଶ୍ରାବଣର ଦିନ

ଝରଝର ଝରେ ରାତି,

ମାଆର ପରଷା ପରଷେ ବୋଲନ୍ତି

ରାତି ବରଷାର ସାଥୀ ।

ତୋଳୁଛି ଉଆସ ସ୍ବପ୍ନ ନଗରରେ

ଆଖିରେ ଉଷୁମ ନିଦ

ସବୁଜିମା ଭରା ଆଶାର ପଣତ

ଢାଙ୍କିଛି ସାରା ଜଗତ ।

କଂକ୍ରିଟ୍ ଘରଠୁ ଗଡିଆସେ ପାଣି

ପଲିଥିନ୍ ଘେର ଯାଏ

ତଥାପି ଅଙ୍କୁରେ ନୂତନ ସପନ

ଶ୍ରାବଣର ଛୁଆଁ ଇଏ ।

ନର୍ଦ୍ଦମା ଭିତରେ ଶୂନ୍ଯତାର ଜଳ

ବରଷା ଦିଏ ଅଜାଡି

ପାପାତ୍ମା ସତେକି ହୋଇଯାଏ ଶୁଦ୍ଧ

ପାଇ ବିଭୁ କୃପାଦୃଷ୍ଟି ।

ଚଳେ ପାଣି ଯହିଁ ପଡିଯାଏ ବନ୍ଧା

ଫୁଟେ ତହିଁ ନୀଳକଇଁ

ମୋ ଆତ୍ମା ଫୁଲ କି ଫୁଟନ୍ତା ସେପରି

ଶ୍ରାବଣ ଯାଆନ୍ତା ଛୁଇଁ !!


Rate this content
Log in

Similar oriya poem from Inspirational