STORYMIRROR

DILIP KUMAR SAHOO

Children

4  

DILIP KUMAR SAHOO

Children

ଶିଶୁ

ଶିଶୁ

1 min
250

     

       

      ନୂତନ ଭାରତ ନବୀନ ଶିଶୁ

      ନିରୀହ ନିର୍ମଳ ନିଆରା ଦିଶୁ

      ମନଖୋଲି ଆମେ ଖିଲିଖିଲି ହସୁ

      ଫୁଲପରି ଆମେ ମହକି ବାସୁ 

        ଶିଶୁ ଆମେ ଶିଶୁ ।


       ସରଳ ସୁନ୍ଦର କୋମଳ ଆମେ

       ମନ କିଣି ନେଉ ଆମରି କାମେ

       ସପନକୁ ଆମ ରଙ୍ଗରେ ରଙ୍ଗେଇ

       ସ୍ନେହ ଶରଧାରେ ସଭିଙ୍କୁ ତୋଷୁ

       ଫୁଲପରି ଆମେ ମହକି ବାସୁ 

          ଶିଶୁ ଆମେ ଶିଶୁ ।

       

       କୁନି ହାତ ଆମ ଜାଣେ କିମିଆ

       ଚକିତ ହୁଅଇ ଦେଶ ଦୁନିଆ

       ପ୍ରତିଭା ଆମରି ସାଉଁଟି ଆଣଇ

       ଯଶ ଗଉରବ ଦେଶ ବିଦେଶୁ 

       ନିରୀହ ନିର୍ମଳ ନିଆରା ଦିଶୁ

         ଶିଶୁ ଆମେ ଶିଶୁ ।


       ସୁନ୍ଦର ଭାରତ ସୁସ୍ଥ ଭାରତ

       ସମୃଦ୍ଧ ଭାରତ ଅମୃତ ଶ୍ରୋତ

       ଶ୍ରେଷ୍ଠ ଭାରତ ଲକ୍ଷ ଆମର

       ଡରିବୁନି ଯେତେ ବିପଦ ଆସୁ

       ସ୍ଵଛ ଭାରତ ସପନେ ଭାସୁ

       ଶିଶୁ ଆମେ ଶିଶୁ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children