STORYMIRROR

Saphala Das

Comedy Drama

3  

Saphala Das

Comedy Drama

ଶୀତ

ଶୀତ

1 min
159


ନିରନ୍ଧ୍ର ଅନ୍ଧାରେ ଶୀତର ପ୍ରଭାବେ

ନିର୍ଜନତା ପ୍ରାଣେ ଶିହରଣ

ବୁଲା କୁକୁରଙ୍କ ଭୋ ଭୋ ରଡି

ପ୍ରିୟା କାନେ ପଡି ଜାଗରଣ।।


ତାରକା ମଣ୍ଡିତ ଆକାଶ ବକ୍ଷରେ

ସୁନେଲି ଦୀପର ମାଳ ମାଳ

ମଥା ଗୁଞ୍ଜେ ବକ୍ଷେ ଶୀତର ଛୁଆଁରେ

ପାରୁଶରେ ସତେ ସ୍ନିଗ୍ଧ ମଞ୍ଜୁଳ ।।


ହଜାଇ ଦିଏ ସେ ଭିତିର ଚାଦର

ଉଙ୍କି ମାରେ ମୂଖେ ସ୍ମୃତ ହସ

ଦେଇଛି ଜାମିନୀ ଦିବସ ଶ୍ରମର

ପ୍ରିତି ପାଉଣାରେ  ମେଣ୍ଟେ ଶୋଷ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy