ଶୀତ ସକାଳ
ଶୀତ ସକାଳ
ଶିଶିର ଭିଜା ଶୀତ ସଳାଳେ
ଭାବେ ଲେଖିଯିବି ବହି କୌଶଳେ
ଗୀତର ମହକ ଗଳ୍ପରେ ମହୁ
ଯେମିତି କୋଇଲି କଣ୍ଠରେ କୁହୁ
ନିଜ କଣ୍ଠେ ରଖି ବିନୟ ବଚନ
ବ୍ୟବହାର ଅମୃତ ଚନ୍ଦନ
ଭକ୍ତି ଭାବରେ ହରି ହରଙ୍କୁ ଭଜି
ଶୀତର ସ୍ନାତାରେ ସ୍ମୃତିକୁ ଖୋଜି
ପ୍ରେମ ସମ୍ବେଦନ ଭିତରେ ମଜ୍ଜି
ଚକାଆଖି ଦୁଇ ଭିତରେ ହଜି
ଲେଖିଯିବି କିଛି ଜୀଵନ କଥା
କଥାରେ ନଥା ଓ ବହି ପରିକା ଛତା
ଖରା ବରଷା ଶୀତରେ ପାଖରେ ଥାଉ
ବାଟ ନିର୍ଣ୍ଣୟରେ ପଥ ପାଥେୟ ହେଉ
ହୃଦୟ ଭିତରୁ ଓଁ ନିନାଦ ପୁଉଁ ପୁଉଁ
ମନ ଉପବନେ ପକ୍ଷୀର ଉଡ଼ନ୍ତା ଢେଉ
ସମୁଦ୍ର ଢେଉରେ ପର୍ଯ୍ୟାପ୍ତ ମହୁ
ବାଲୁକା ଶେଜରେ ଶାମୁକା ଭିତରେ
ଶିଶିର ଦାଗ ଓ ଦାଉରେ ଜୀଵନ ଭାଉ
ବହିଟି ଜୀଵନ ପୂର୍ଣ୍ଣ କଳସ ହୋଇକି ଥାଉ
ନବବର୍ଷ ଆସୁ ଯାଉ ଶୀତେ ଉହୁ ଉହୁ
ପାନ ପିକ ରଖି କରନା ଥୁଉ
ଜୀଵନ ସାରଣୀ ସୁନାର ଗଉଣୀ ମାରିବ ଛୁଉ
ଅଢେଇ ଦିନର ବଟୁଆ ଭିତରେ ବଡ଼ିମା ରହୁ
ଶୀତ ଗୀତ ଗାଉ ମିତ ବସୁଥାଉ ଆସୁ ଯାଉ
ହରି ନାମେ କି ରସ ଅଛି ପାନ କରି ବୁଝିଯାଉ
