Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kunja Bihari Dalai

Inspirational

3  

Kunja Bihari Dalai

Inspirational

ଶୀର୍ଷକ - ଥରକୁ ଥର ପଡି ତଳେ

ଶୀର୍ଷକ - ଥରକୁ ଥର ପଡି ତଳେ

1 min
108


ମଣିଷ ଜୀବନେ କୌଣସି ବି କର୍ମ

ନୁହେଁ କେବେ କଷ୍ଟ ସାଧ୍ଯ ,

ଅଭ୍ୟାସ ରହିଲେ ସୁଫଳ ମିଳିବ 

ଏହା ଅଟେ ସ୍ଵତଃ ସିଦ୍ଧ ।


ଆଜି ଯାହା ଅସମ୍ଭବ ଲାଗୁଅଛି 

ରହିବନି ନିରନ୍ତର ,

ସେହି କର୍ମ ଦିନେ ହୋଇବ ସମ୍ଭବ 

ଚେଷ୍ଟା ଥିଲେ ବାରମ୍ବାର ।


ଚନ୍ଦ୍ର ପୃଷ୍ଠେ ନର ପହଞ୍ଚି ପାରିଛି 

ଚଢି ଯେଉଁ ବ୍ୟୋମଯାନ, 

ବହୁବାର ଅସଫଳ ହେବାପରେ 

ପ୍ରସ୍ତୁତ ହେଲା ସେ ଯାନ ।


ପ୍ରତ୍ୟେକ କର୍ମରେ ସାଧୁତା ଓ ନିଷ୍ଠା

ସହ ଲକ୍ଷ୍ଯ ଥାଏ ଯେବେ, 

ଅସାଧ୍ୟ କାମଟି ହୋଇବ ସାଧନ 

ଅନ୍ୟଥା ନୁହଁଇ କେବେ ।


ଛୋଟ ଶିଶୁଟିଏ ଶିଖାଏ ଆମକୁ

ଥର ଥର ପଡି ତଳେ, 

ଚାଲିବା ଶିଖିଛି ଦେଖ ମୁଁ କେମିତି

ନିତ୍ୟ ଅଭ୍ୟାସ ର ବଳେ। 



Rate this content
Log in

Similar oriya poem from Inspirational