Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

*ଶୀର୍ଷକ:-*🌹 *ଫେରିଆସ କୃଷ୍ଣ*🌹

*ଶୀର୍ଷକ:-*🌹 *ଫେରିଆସ କୃଷ୍ଣ*🌹

1 min
3



ଫେରିଆସ କୃଷ୍ଣ ତୁମ ବିନା ଆଉ

ଭଲ ତ ଲାଗୁନି କିଛି

ଗୋପ ବୃନ୍ଦାବନ ଖାଲି ଖାଲି ଲାଗେ

ରାଧା ରାଣୀ ଝୁରୁଅଛି ।


ଝୁରୁଛି କଦମ୍ବ ଝୁରୁଛି ଯମୁନା 

ଯଶୋଦା ନିତି ଝୁରୁଛି

ବାହୁନି କାନ୍ଦୁଛି ମାଆର ମମତା

ନା ଆଖି ଲୁହ ଶୁଖୁଛି ।


ଗୋପୀ ଗୋପାଙ୍ଗନା ହୋନ୍ତି ଆନମନା

ଶରୀର ଖାଲି ରହିଛି

ଶରୀର ଭିତରୁ ଜୀବନଟି କିଏ

ସତେ କି କାଢି ନେଇଛି ।


ଗୋପ ବାଳକଙ୍କ ମନ ମରିଅଛି

ନା ବତ୍ସା କ୍ଷୀର ପିଉଛି

ଶ୍ରୁତି ଡେରି ସର୍ବେ ରହିଛନ୍ତି ଚାହିଁ 

ନା ବଂଶୀ ସୁର ଶୁଭୁଛି ।


ଆଠ ଦିନ କହି ଯୁଗ ଗଲା ପାହି

ନା ଡାକ ତାକୁ ଶୁଭୁଛି

ଫେରି ଆସ କୃଷ୍ଣ ଧର ନାହିଁ ଦୋଷ

ଜୀବନ ଛାଡି ଯାଉଛି ।


ଅନ୍ୟାୟ ଅସତ୍ୟ ଅଧର୍ମ କୁକର୍ମେ

ଧରିତ୍ରୀ ମାତା କାନ୍ଦୁଛି

ସହି ହେଉ ନାହିଁ ଉପଦ୍ରବ୍ୟ ଭାର

ନର ରାକ୍ଷାସ ମାତିଛି ।


ଅର୍ଜୁନ ରଥର ସାଜିଲ ସାରଥି

କିଏ ବା ଭୁଲି ପାରିଛି

ଧର୍ମର ସ୍ଥାପନ ପାଇଁ କିଏ କୁହ

ଶପଥ ଭାଙ୍ଗି ପାରିଛି ।


ଧର୍ମର ସ୍ଥାପନ ପାଇଁ ଆସ କୃଷ୍ଣ 

ବସୁଧା ମାତା ଚାହିଁଛି

ତାହାରି କୋଳରେ ନିଅ ଅବତାର

ଆଶା ତା ଲିଭି ଯାଉଛି ।।


Rate this content
Log in

Similar oriya poem from Abstract