ଶେଷ ସରଣମ୍
ଶେଷ ସରଣମ୍
ଅନେଶତ ଭାଗ ଲୋକଙ୍କ ମନରେ
ଉଙ୍କିମାରେ ବିଭୁଙ୍କ ବାର୍ତ୍ତା
ଯିଏ ଜଗତନାଥ ଜଗତକର୍ତ୍ତା
ତାଙ୍କ ଇଶାରା ଛଳେ
ଆଶିର୍ବାଦ ବଳେ
ମଣିଷ କୂଳେ
ଜନମ ଲଭିଛୁ କାଳେ ମହିତଳେ
ମାୟା ମିରିଗର ନାଟ
ମିଛରେ ବାହାସ୍ଫୁଟ ମାରି
କରୁ ହୁକୁମାତି ମାଲିକ ଗିରି
ଲୁଚେଇ ଛୁରେଇ ଆପଣା ଅସଲି ସତ୍ତା ।
ମନ୍ଦିର ଯାଉଁ ମଠକୁ ଧାଉଁ
ଭଗବାନଙ୍କ ମୂର୍ତ୍ତି ଆଗରେ ଆଣ୍ଠଉଁ
ଯିଏ ଆମର ଜୀବନଦାତା
ଜାଣି ମଧ୍ୟ ଛଳନା କରୁ
ମନେ ମନେ ମାଗୁ ସୁଖର ଠିକଣା
ଦାନ ଦକ୍ଷିଣା ଦେଇ
ଅନ୍ୟ ମାନଙ୍କୁ କରୁ ବାଟବଣା
ପୂଜା ପାଳୁ ଉପାସ ବ୍ରତ କରୁ
ଜୀବନ ସାରା ଟିକା ଚନ୍ଦନ ମାରୁ
ଶେଷ ସମୟ ପର୍ଯ୍ୟନ୍ତ
ସେହି ଭ୍ରମରେ ଥାଉ କି
ଆଉ କେଇ ବର୍ଷ ବଂଚିବାକୁ ଇଚ୍ଛା
ନାତୁଣି ବହୁଟା ଦେଖିବା ଅନ୍ତିମ ବାଞ୍ଛା
ଯିଏ ଯାହା ଭାବୁଛି ଭାବୁ
କୋକେଇ , କଫିନ୍ , ଶେଷ ବିଶ୍ୱାସ
ଛଅ ଖଣ୍ଡ କାଠର ଯୁଇ ନିଆଁରେ
ଜଳିଯାଏ ଶେଷ ନିଃଶ୍ୱାସ
ମୁଠାଏ ପାଉଁଶରେ ଜୀବନ ଶେଷ
ଜାଣି ବି ଭୁଲିଯାଏ ଏ କଳାମୁଣ୍ଡିଆ
ଘଣ୍ଟାକୁ ଘଣ୍ଟା କରୁଥାଏ ସମସ୍ୟା ଧୂଆଁ
ମୋତେ ଲାଗେ ସବୁ ମନଗଢ଼ା
ମାନସ ମନ୍ଥନ ପରେ ସବୁ ତେଢା
ମଣିଷ ସେହି ଦିନୁ ମରିଛି ଜାଣ
ରକ୍ତ ମାଂସର ଶରୀର ଧରି ବୁଲୁଛି
ମାତ୍ର ମନରେ ଆତ୍ମାରେ ଜଳିଛି ପ୍ରାଣ
ଆହା ରେ ନାହିଁ କେହି
ସାହା ରେ ବି ମିଳନ୍ତି ନାହିଁ
ମନେ ପକେଇ ବାକୁ ବି କୁଣ୍ଠା କାହିଁରେ କାହିଁ
ଏହି ଯଉଁ ଅଥଳ ସାଗର କଥା
ପଢିଛୁ ଶୁଣିଛୁ
୭୧ ଭାଗ ମାଡି ବସିଛି
ପୃଥିବୀ ସୃଷ୍ଟି କାଳରୁ
ଦେଖୁଛୁ ବୁଝୁଛୁ
ବଡ ଗର୍ବୀ ଅହକାରୀ
ବଂଚିଥିବା ବେଳେ ପହଁରିବାକୁ ଡରେଇଲା
ମରିଗଲା ପରେ ପାଉଁଶକୁ ମିଶେଇ
ଗୋଳେଇ ମଣିଷର ସତ୍ତା ସାରିଦେଲା
ମନରେ ଅସମାସିଂତ ଗୋଲକ ଧନ୍ଦା
ଶଠ ଦୁନିଆରେ ବହୁତ ଠକ
ଅଭିନୟ ପଟୁ ସହଶ୍ରାଧିକ
ଯାହାକୁ ଭେଟିବ
ଶୁଣେଇବ ଅଜବ କାହାଣୀ
ସାହାଯ୍ୟ ମାଗିଲେ
ପୁଣି ଶୁଣେଇବ
ବନେଇ ଚୁନେଇ ବଖାଣିବ
ଝାଲମୁଢି ପରି ମସଲା ଦିଆ
ସମସ୍ୟା ଜର୍ଜରିତ ନୂଆ ପର୍ବ।ଣୀ
ନିସ୍ତାର ମିଳୁଛି କାହିଁ
ପରନିନ୍ଦା କରି ମଣିଷ ନାକେଦମ୍
ପରଛିଦ୍ର ଗଣି ଗଣି ବିଚରା ହତବମ୍
ଶେଷ ବିନ୍ଦୁ ପୁଣି ଥରେ ଭଗବାନ ଶରଣମ୍ ।