STORYMIRROR

Sunanda Mohanty

Abstract Fantasy Thriller

3  

Sunanda Mohanty

Abstract Fantasy Thriller

ଶେଷ କୋଉଠି

ଶେଷ କୋଉଠି

1 min
137


ଶେଷର ଶୋଷରେ ଫଗୁଣ ଆକତାମାକତା ଏଠି

ଶେଷ ହେଲାଣି ପଢି ପଢି ଶେଷ ଚିଠି

ଶେଷ ବସନ୍ତର ପିଆଲି ହସର ବଇଠି

ପଚାରେ ଶେଷର ଠିକଣା ଗୋଟି

ମାଘର ଶୀତରେ ନା ମେଘ ଚଇତିରେ

କିଏ କହିବ ଶେଷର କେତେ ଶୋଷ

ପହିଲି ପୀରତି ଅବା କ୍ଲାନ୍ତି ଅବା ଜନଶ୍ରୁତି

ଜୀବନ ବହିଟା ଶେଷ ହେବା ଆଗରୁ ବିରତି

ଶେଷ ପୃଷ୍ଠା ଅୟଆରମ୍ଭକୁ ଚାଁହୁଛି ଲେଉଟି

ଫଗୁଣ ଶ୍ରାବଣ କେତୋଟି

ଆଖିମାରି କହେ ଜହ୍ନ ମୋ ପାଖେ ହିସାବ ସବୁଟି

ଶେଷ ଶ୍ରାବଣର ସ୍ମୃତି ଗୋଟି ଗୋଟି

ଶେଷ ବସନ୍ତର କୋଇଲି ଡାକଟି

ସବୁ ମଧୁ ମଧୁନୀରେ ରାତି ପାହେ ଗୋଟି

ଅସହନ୍ତି ସକାଳରେ ପରାଜପତିଟି

ଖୋଜେ ପିଲାଦିନ ଶେଷ ପୃଷ୍ଠା ଗୋଟି

ଅଳସ ଅପରାହ୍ନ କ୍ଳାନ୍ତ ଗୋଧୂଳିର ଛିଟା ଛାଟି

ଅୟସ ସନ୍ଧ୍ୟା ଆଣେ ପ୍ରକୃତି ରୁଦ୍ରାକ୍ଷ କେଇଟି

ରାତି ଜାଗୃତିରେ ଅଙ୍କ କଷେ ସେଇଠି

ଆଉ କେତେ ଅମୃତ ବାକି ରଖି ମୁଠେ ମାଟି

ଚିତ୍ର ଚୈତ୍ରରେ ଚିତ୍ରା ନକ୍ଷେତ୍ରକୁ କରି ପିଠି

ଫଗୁଣ ଶ୍ରାବଣ ବସନ୍ତ ମଳୟ ଶେଷ ଲାଠି

ଶେଷ ଶୋଷ ମାଗେ ଅଠା କାଠି

ଆରମ୍ଭ ଯେଉଁଠୁ ଶେଷ ବି ସେଇଠୁ ଅସରନ୍ତି ଖଟି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract