ଶେଷ କୋଉଠି
ଶେଷ କୋଉଠି
ଶେଷର ଶୋଷରେ ଫଗୁଣ ଆକତାମାକତା ଏଠି
ଶେଷ ହେଲାଣି ପଢି ପଢି ଶେଷ ଚିଠି
ଶେଷ ବସନ୍ତର ପିଆଲି ହସର ବଇଠି
ପଚାରେ ଶେଷର ଠିକଣା ଗୋଟି
ମାଘର ଶୀତରେ ନା ମେଘ ଚଇତିରେ
କିଏ କହିବ ଶେଷର କେତେ ଶୋଷ
ପହିଲି ପୀରତି ଅବା କ୍ଲାନ୍ତି ଅବା ଜନଶ୍ରୁତି
ଜୀବନ ବହିଟା ଶେଷ ହେବା ଆଗରୁ ବିରତି
ଶେଷ ପୃଷ୍ଠା ଅୟଆରମ୍ଭକୁ ଚାଁହୁଛି ଲେଉଟି
ଫଗୁଣ ଶ୍ରାବଣ କେତୋଟି
ଆଖିମାରି କହେ ଜହ୍ନ ମୋ ପାଖେ ହିସାବ ସବୁଟି
ଶେଷ ଶ୍ରାବଣର ସ୍ମୃତି ଗୋଟି ଗୋଟି
ଶେଷ ବସନ୍ତର କୋଇଲି ଡାକଟି
ସବୁ ମଧୁ ମଧୁନୀରେ ରାତି ପାହେ ଗୋଟି
ଅସହନ୍ତି ସକାଳରେ ପରାଜପତିଟି
ଖୋଜେ ପିଲାଦିନ ଶେଷ ପୃଷ୍ଠା ଗୋଟି
ଅଳସ ଅପରାହ୍ନ କ୍ଳାନ୍ତ ଗୋଧୂଳିର ଛିଟା ଛାଟି
ଅୟସ ସନ୍ଧ୍ୟା ଆଣେ ପ୍ରକୃତି ରୁଦ୍ରାକ୍ଷ କେଇଟି
ରାତି ଜାଗୃତିରେ ଅଙ୍କ କଷେ ସେଇଠି
ଆଉ କେତେ ଅମୃତ ବାକି ରଖି ମୁଠେ ମାଟି
ଚିତ୍ର ଚୈତ୍ରରେ ଚିତ୍ରା ନକ୍ଷେତ୍ରକୁ କରି ପିଠି
ଫଗୁଣ ଶ୍ରାବଣ ବସନ୍ତ ମଳୟ ଶେଷ ଲାଠି
ଶେଷ ଶୋଷ ମାଗେ ଅଠା କାଠି
ଆରମ୍ଭ ଯେଉଁଠୁ ଶେଷ ବି ସେଇଠୁ ଅସରନ୍ତି ଖଟି
