ଶେଷ ଗୀତ
ଶେଷ ଗୀତ
କୁଆଡ଼େ ଯାଉଚ ?
ସାରେଗାମା ରେ ମଜ୍ଜିବାକୁ !
ହେଃ_ତମେ ତ ହେଇ ଗଲଣି
ରଂଗ ସରି ଯାଇ ଥିବା ଗଛ ପରି
ମଉଳା ଆକାଶ ଭଳି ॥
ଉଦାସ ଅପରାହ୍ନରେ
ଏକ଼ଲା ଧୋବ ପକ୍ଷୀଟେ ପରି
ତମର ଯାତ୍ରା ତେବେ କୁଆଡ଼କୁ ?
ଗାଈଆଳର ଧଳା ଜରି ଗୁଡ଼ା ହୋଇ ଥିବା
ଚିରି ଛତା ପରି
ତମେ ଏତେ ପାଂଶୁକ ଲାଗୁଚ ଯେ !
ପଂଜରା ହାଡ଼ ଗଣି ହେଇ ଯାଉ ଥିବା
ରାେଗୀ କୁକୁରର
ଏକାକୀତ୍ୱ ପଣ ପରି
ତମ ପାରିବା ପଣିଆ
ସ୍ୱାଦ ନ ଥିବା ମାଟିରେ
ସାରେଗାମାରେ ଭରି ଦେବାକୁ
ଚାହିଁଲ ଯେ ବଂଧୁ
ଘର ପାେଡ଼ିର ଦୃଶ୍ୟ ହିଁ
ପାଲଟି ଗଲ କେବଳ ॥
