STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଶାଶ୍ଵତ ସ୍ନେହ

ଶାଶ୍ଵତ ସ୍ନେହ

1 min
360


କୁନି ଝିଅ ଯେବେ ଜାଣି ଜାଣି

ମୁଣ୍ଡ ବିନ୍ଧା ବାପାଙ୍କ କପାଳରେ

କଅଁଳ ହାତରେ ମାଲିଶ କଲାଣି

କ'ଣ ହୁଏ କେଜାଣି

ମୋତେ ଲାଗେ 

ଧାଉଁଛି ଶାଶ୍ଵତ ସ୍ନେହ ଉଜାଣି ।


ସାନ ଭଉଣୀ ଯେବେ ଜାଣି ଜାଣି

 ବଡ଼ ଭାଇ ପାଇଁ 

ଚା' କପ୍ ଆଣୁ ଆଣୁ ସିଆଣୀ

ହାତକୁ ବଢଉ ବଢଉ

ଥରେ ଚୁସ୍‌କି ଲଗେଇ ଦେଲାଣି

କ'ଣ ହୁଏ କେଜାଣି

ମୋତେ ଲାଗେ

ବହୁଛି ଶାଶ୍ଵତ ସ୍ନେହ ଉଜାଣି ।


ପୁଅ ଜନ୍ମଦିନରେ ଜାଣି ଜାଣି

କରୁଣାମୟୀ ମା' କେକ୍ କାଟୁ କାଟୁ

ବଡ଼ ଖଣ୍ଡଟେ ପୁଅକୁ ବାଣ୍ଟୁ ବାଣ୍ଟୁ

ଖୋଏଇ ଦେଉ ଦେଉ

ଟିକେ ଭାଙ୍ଗି କଣି

ପଡ଼ୋଶୀ ଝିଅ ମୁଁହରେ

 ଗେଁପିଦିଏ ସରାଗମଣିି 

କ'ଣ ହୁଏ କେଜାଣି

ମୋତେ ଲାଗେ

ଡ଼େଉଁଛି ଶାଶ୍ଵତ ସ୍ନେହ ଉଜାଣି ।


ଖସଡ଼ା କାଦୁଅ ରାସ୍ତାରେ ଯେବେ ଜାଣି ଶୁଣି

ସାଙ୍ଗଟେ ବାହୁକୁ ଯୋରରେ ଯାବୁଡି ଧରେ

ପଡ଼ୁ ପଡ଼ୁ ଧରି ପକାଏ କହୁଣି

କୁଣ୍ଢେଇ ନେଲାଣି କୋଳେଇ ନେଲାଣି

କ'ଣ ହୁଏ କେଜାଣି

ମୋତେ ଲାଗେ

ଝରୁଛି ଶାଶୂତ ପ୍ରେମ ଉଜାଣି ।


ହାଟ ଝୁଲା ରେ ଯେବେ ଜାଣି ଶୁଣି

ବୁଢୀ ଜେଜେମା ଆଣ୍ଡାଳୁଥାଏ 

ତା' ବରାଦ ଦରବ ମୁଣି

ନ ପାଇ ରାଗି ଗର ଗର ଖଡେଇ

କହୁ କହୁ ମୋ' ହାତରେ ଦେଖି

ଗୁଡାଖୁ ପୋଟଳା 

ନିଏ କୋଳେଇ

ମୁଣ୍ଡ ଦିଏ ସାଉଁଳେଇ

ହସି ହସି କହୁଥାଏ ବଡ ହେଲୁଣି

ମୋ' ଆୟୂଷ ସବୁ ନେଲୁ ପୁତ୍ରମଣି

କ'ଣ ହୁଏ କେଜାଣି

ମୋତେ ଲାଗେ

ଧାଉଁଛି ଶାଶ୍ଵତ ସ୍ନେହ ଉଜାଣି ।


Rate this content
Log in

Similar oriya poem from Inspirational