STORYMIRROR

Amulya Kumar Panda

Romance

2  

Amulya Kumar Panda

Romance

ଶାଶ୍ୱତ ପ୍ରେମ

ଶାଶ୍ୱତ ପ୍ରେମ

1 min
13.4K


ପ୍ରଥମ ଦେଖାରେ ମନ ଦେଲ ପ୍ରିୟା

ପ୍ରେମ ଭାବନାରେ ବୁଡ଼ି

ପ୍ରେମର ସନ୍ତକ ଭାବେ ପିନ୍ଧାଇଲି

ତୁମ ଦୁଇ ହାତେ ଚୁଡ଼ି

ଜହ୍ନଠୁ ରୂପସୀ ନଈଠୁ ଅଳସୀ

ସଖୀ ତୁମେ ଦେବୀ ପରି

ରମ୍ଭା ମେନକା କି ଉର୍ବସୀ ଅପ୍ସରା

ହେବେ ନାହିଁ ତୁମ ସରି

ଚାହାଣି ତୁମର ସୁଚାଇ ଦିଅଇ

ମୋତେ ଭଲପାଅ କେତେ

ନିତି ଢାଳି ଦିଅ ପ୍ରେମର ବାରତା

ଭାବନା ନଥାଏ ଯେତେ

ଭଲ ପାଇବାରେ ମାଦକତା ପୁଣି

ତୁମଠୁ ଜାଣିଲି ମୁହିଁ

ତୁମେ ସଖୀ ଜାଣ ହୃଦୟକୁ ମୋର

ପାରିଅଛ ଏକା ଛୁଇଁ

ବରଷା ବସନ୍ତ ଶୀତ ଫଗୁଣରେ

ତୁମେ ମୋ ଜୀବନ ଡୋର

ଅମା ଜୀବନେ ମୋ ଆଶାର ସଂଚାର

ଆଗୋ ଚନ୍ଦ୍ରମୁଖି ମୋର

କଅଁଳ ଓଠରେ ଚୁମ୍ବନ ରଚିକି

ଶରୀରେ ମୋ ପ୍ରାଣ ଦିଅ

ଗାଇଦେଇ ପୁଣି ପ୍ରୀତିର ଗଜଲ

ମନ ମୋର କିଣି ନିଅ

ଭଲ ପାଇବାର ଶାଶ୍ବତ ଭାବନା

ତୁମଠୁ ଶିଖିଛି ସଖୀ

ଯେତେ ଦୂରେ ଥାଅ ମହତ ରଖିବି

ଜୀବନ ମୋ ବାଜି ରଖି

--------#ଅମୂଲ୍ୟ #କୁମାର #ପଣ୍ଡା --------------------


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance