ଶାଶ୍ୱତ ପ୍ରେମ
ଶାଶ୍ୱତ ପ୍ରେମ
ସେ ଦିନ ବଂଶୀ ବାଜୁଥିଲା
ରାଧା ସ୍ଵରେ ସ୍ଵରେ ନାଚୁଥିଲା
ଆଜି ମୋ ରାଧା ନାହିଁ ବୋଲି
ବଂଶୀ ମୋ ବାଜୁନି ସୂରିଲି
କାହିଁ ମୋ ସେ ସରଳୀ ପ୍ରିୟା
ଖୋଜି ଚାଲିଛି ତାର ଛୁଆଁ
କାହିଁ ସେ ଚନ୍ଦ୍ର ଚୂଡ଼ାମଣି
କାହିଁ ସେ ଦୀର୍ଘ ପୁଷ୍ପ ବେଣି
କାହିଁ ସେ ସ୍ୱର୍ଗ ବୃନ୍ଦାବନ
କାହିଁ ସେ ଗୋପ ଗୋପୀ ଗଣ
କାହିଁ ସେ ପ୍ରେମ କୁଞ୍ଜ ବନ
ଖୋଜୁଛି ଆକୁଳେ ମୋ ମନ
କଳି ଗ୍ରାସରେ ଗ୍ରାସି ହୋଇ
ରାଧା ମୋ ରାଧା ହୋଇ ନାହିଁ
ନାହିଁ ସେ ପ୍ରେମ ସମର୍ପଣ
ନାହିଁ ସେ ପ୍ରେମ ବୃନ୍ଦାବନ
ସବୁ ଜଳିଛି କଳି କାଳେ
ପ୍ରେମ ବି ଜଳିଛି ଆକୁଳେ
ଜଳିଛି ପ୍ରେମ ର ଶାଶ୍ଵତୀ
ଜଳିଛି ପ୍ରାଚୀନ ଭାରତୀ
ନାହିଁ ଶାଶ୍ୱତ ବୃନ୍ଦାବନ
ନାହିଁ କା ପାଖେ ରାଧା ମନ
ସେ ଦିନ ପ୍ରେମ ଆସିଥିଲା
ମୋ ପାଇଁ ବାର୍ତ୍ତା ଆଣିଥିଲା
କହିଲା କାନେ ତୁନି ତୁନି
ମର୍ତ୍ତ୍ୟ କୁ ଆଉ ଫେରିବିନି
ଆଜି ସେ ମର୍ତ୍ତ୍ୟ ଆଉ ନାହିଁ
ଗଢ଼ିଥିଲ ଯାହା କଳା ସାଇଁ
ନାହିଁ ସେ ପ୍ରେମ ର ଆସର
ନାହିଁ ଅମୃତର ବାରି ଧାର
ସବୁ ସାଜିଛନ୍ତି ଆଧୁନିକ
ମଣିଷ ନୁହେଁ ଖାଲି ଯନ୍ତ୍ର
ହୃଦୟେ ନାହିଁ ଜାଗା ମୋର
ଈର୍ଷା ଦ୍ୱେଷରେ ଭରପୁର
ଶାଶ୍ୱତ ପ୍ରେମ ନିରୁପାୟ
ପ୍ରେମର ହୁଏ ବ୍ୟବସାୟ
ହଜିଛି ସମର୍ପିତ ପ୍ରେମ
ପ୍ରେମ ସାଜିଛି ବଦନାମ
ଆଉ ମୁଁ ଯିବିନି ସେ ଧରା
ଯେଉଁଠି ରାଧା ଦିଗହରା
ପ୍ରେମ ର ଏହି ବାର୍ତ୍ତା ଶୁଣି
ଚିନ୍ତତି ପ୍ରଭୁ ଚିନ୍ତାମଣି
ପ୍ରେମ ବିହୀନ ଆଜି ଧରା
କଳିଯୁଗ ର ଶେଷ ପରା ....