STORYMIRROR

falguni dash

Abstract

2  

falguni dash

Abstract

ଶାଶ୍ୱତ ପ୍ରେମ

ଶାଶ୍ୱତ ପ୍ରେମ

1 min
222


ସେ ଦିନ ବଂଶୀ ବାଜୁଥିଲା  

ରାଧା ସ୍ଵରେ ସ୍ଵରେ ନାଚୁଥିଲା  


ଆଜି ମୋ ରାଧା ନାହିଁ ବୋଲି 

ବଂଶୀ ମୋ ବାଜୁନି ସୂରିଲି  


କାହିଁ ମୋ ସେ ସରଳୀ ପ୍ରିୟା

ଖୋଜି ଚାଲିଛି ତାର ଛୁଆଁ


କାହିଁ ସେ ଚନ୍ଦ୍ର ଚୂଡ଼ାମଣି  

କାହିଁ ସେ ଦୀର୍ଘ ପୁଷ୍ପ ବେଣି 


କାହିଁ ସେ ସ୍ୱର୍ଗ ବୃନ୍ଦାବନ 

କାହିଁ ସେ ଗୋପ ଗୋପୀ ଗଣ 


କାହିଁ ସେ ପ୍ରେମ କୁଞ୍ଜ ବନ 

ଖୋଜୁଛି ଆକୁଳେ ମୋ ମନ


କଳି ଗ୍ରାସରେ ଗ୍ରାସି ହୋଇ 

ରାଧା ମୋ ରାଧା ହୋଇ ନାହିଁ 


ନାହିଁ ସେ ପ୍ରେମ ସମର୍ପଣ 

ନାହିଁ ସେ ପ୍ରେମ ବୃନ୍ଦାବନ 


ସବୁ ଜଳିଛି କଳି କାଳେ

ପ୍ରେମ ବି ଜଳିଛି ଆକୁଳେ 


ଜଳିଛି ପ୍ରେମ ର ଶାଶ୍ଵତୀ  

ଜଳିଛି ପ୍ରାଚୀନ ଭାରତୀ 


ନାହିଁ ଶାଶ୍ୱତ ବୃନ୍ଦାବନ 

ନାହିଁ କା ପାଖେ ରାଧା ମନ 


ସେ ଦିନ ପ୍ରେମ ଆସିଥିଲା  

ମୋ ପାଇଁ ବାର୍ତ୍ତା ଆଣିଥିଲା  


କହିଲା କାନେ ତୁନି ତୁନି 

ମର୍ତ୍ତ୍ୟ କୁ ଆଉ ଫେରିବିନି 


ଆଜି ସେ ମର୍ତ୍ତ୍ୟ ଆଉ ନାହିଁ 

ଗଢ଼ିଥିଲ ଯାହା କଳା ସାଇଁ


ନାହିଁ ସେ ପ୍ରେମ ର ଆସର

ନାହିଁ ଅମୃତର ବାରି ଧାର 


ସବୁ ସାଜିଛନ୍ତି ଆଧୁନିକ 

ମଣିଷ ନୁହେଁ ଖାଲି ଯନ୍ତ୍ର  


ହୃଦୟେ ନାହିଁ ଜାଗା ମୋର 

ଈର୍ଷା ଦ୍ୱେଷରେ ଭରପୁର  


ଶାଶ୍ୱତ ପ୍ରେମ ନିରୁପାୟ  

ପ୍ରେମର ହୁଏ ବ୍ୟବସାୟ  


ହଜିଛି ସମର୍ପିତ ପ୍ରେମ 

ପ୍ରେମ ସାଜିଛି ବଦନାମ  


ଆଉ ମୁଁ ଯିବିନି ସେ ଧରା

ଯେଉଁଠି ରାଧା ଦିଗହରା


ପ୍ରେମ ର ଏହି ବାର୍ତ୍ତା ଶୁଣି 

ଚିନ୍ତତି ପ୍ରଭୁ ଚିନ୍ତାମଣି  

ପ୍ରେମ ବିହୀନ ଆଜି ଧରା

କଳିଯୁଗ ର ଶେଷ ପରା ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract