STORYMIRROR

falguni dash

Romance

3  

falguni dash

Romance

ଅବ୍ୟକ୍ତ ପ୍ରେମ

ଅବ୍ୟକ୍ତ ପ୍ରେମ

1 min
406

ନିରନ୍ତର ଆଖିରେ ପଲକ ନ ପକାଇ  

ଚାହିଁ ରହିଥାଏ ତୁମକୁ 

କିନ୍ତୁ ଯେବେ ତୁମେ ଚାହିଁ ଦିଅ 

ଆକସ୍ମିକ ଭାବେ ଫେରାଇ ଆଣେ 

ଆଖି ଦୁଇଟିକୁ

ହଠାତ କେମିତି ଅନ୍ୟମନସ୍କ ହୋଇପଡେ

ଅଲାଜୁକ ଆଖି ଦୁଇ

ତୁମ ଚାହାଣିର ସ୍ପର୍ଶ ମାତ୍ରେ  

ଲାଜୁକୁଳି ଲତା ପରି ଲାଜେଇ ଯାଏ

ଆଖି ଚାହିଁବାକୁ ଚାହେଁ 

ତୁମ ଚାହାଣିର ସମକକ୍ଷ ହେବାକୁ ଚାହେଁ

ଭାବେ

ଆଜି କହିଦେବ ସବୁକିଛି 

ପରିସ୍ଥିତି ଫଳାଫଳର ଅପେକ୍ଷା ନକରି

ଭାଙ୍ଗି ଦେବ ଏଇ ପ୍ରତୀକ୍ଷାର ବନ୍ଧନକୁ 

ବ୍ୟକ୍ତ କରିଦେବ 

ପ୍ରେମର ମିଠା ଇସାରାରେ 

କିନ୍ତୁ

ଚାହିଁ ପାରେନି

କହି ପାରେନି

ବୁଡିଯାଏ ଶବ୍ଦ ଆଉ ଭାବ ର ଅନୁସନ୍ଧାନରେ 

କଣ କହିବ

କେମିତି କହିବ

ପ୍ରଶ୍ନର ସୁନାମି ମଧ୍ୟେ  

ଉବୁଡୁବୁ ହୁଏ


ତୁମେ ବି କେତେ ଅବୁଝା 

କିଛି ନ ବୁଝି ଫେରାଇ ନିଅ 

ତୁମ ଆଖି ଦୁଇଟିକୁ 

ମୋ ଆଖି ର ପଲକ ଉଠିବା ଆଗରୁ 

ଅବ୍ୟକ୍ତ ପ୍ରେମ ବ୍ୟକ୍ତ ହେବା ଆଗରୁ 

ଧେତ

ପୁଣି ଆରମ୍ଭ ହୋଇଯାଏ

ତୁମକୁ ଅପଲକେ ଚାହିଁ ରହିବାର ପ୍ରକ୍ରିୟା

ଏକ ମିଠା ପ୍ରତିକ୍ରିୟାକୁ ଅପେକ୍ଷା କରି


ଭୁଲିଯାଏ

ଆଜି ବି ରହିଗଲା ମୋ ପ୍ରେମ

ଅବ୍ୟକ୍ତ ହୋଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance