STORYMIRROR

Pramod Kumar

Romance

3  

Pramod Kumar

Romance

ସେଇ ଛୁଆଁ

ସେଇ ଛୁଆଁ

1 min
15


ପ୍ରଥମ ସ୍ପର୍ଶ ର ସେଇ ଛୁଆଁ

            ମନ ମଧ୍ୟେ ଭରିଥିଲା ନିଆଁ,

ସେଇ ବର୍ଷା ରାତି ମନେ ପଡେ

          ପ୍ରେମୀ ହୃଦୟକୁ ସିଏ ଯୋଡ଼େ,

ରୂପ ଗୁଣ ତାର ହରିଣୀ ସମାନ

       ମୋ ମନେ ଭରେ ତ କେତେ ଯେ ସନମାନ,

ଆଖି ଦୁଇ ତାର ସୁନିଲ ସାଗର

         ପ୍ରତି ମୁହୂର୍ତ୍ତରେ କରେ ଯେ ଆତୁର,

ନୀଳ ନୟନା କି ସତେ ଯେ କିପରି

             ଥରେ ଦେଖି ଦେଲେ ମନ ଯାଏ ଭରି,

ସ୍ୱପ୍ନରେ ଆସେ ଯେ ନିଦ ଭଗ୍ନ କରେ

            ମନ ଭରି ଯାଏ ତାର ମହକ ରେ,

ତାର ବାସନା ରେ ଥାଏ ଯେ ରଜନୀ

                 ଗଜ ଗଜ ଦୂର ମହକାଏ ପୁଣି,

ପ୍ରେମର ବର୍ଷାରେ କରିଥିଲ ଠିଆ

        ସେଇ ଛୁଆଁ ଥିଲା ଅତିନିଆରିଆ,

ସତେ ଯେମିତି କି ପ୍ରେମର ମାଳିନୀ

              ପ୍ରେମର ଘରଟିଏ ତୋଳିଦେଲୁ ପୁଣି,

ସେଇ ଘର ଥିଲା ପ୍ରେମ ର ପ୍ରତୀକ

              ସେଇ ଛୁଆଁ ଥିଲା ସତେ କି ରୋଚକ.... ।



Rate this content
Log in

Similar oriya poem from Romance