Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramod Kumar

Others

3  

Pramod Kumar

Others

💚ସବୁଜ କ୍ଷେତ💚

💚ସବୁଜ କ୍ଷେତ💚

1 min
59



ଧାନ ଚାଷ କାମ ଚାଲିଛି ଆସର 

   ଚାଷ ଜମି ପୁଣି ହେଲାଣି ବତର, 

ଚାଷୀ ଭାଇ ଚାଷ କରଇ ଖୁସିରେ 

    ଚାଷ କରେ ତାର ସୁନାର କ୍ଷେତରେ, 

ଗାଁ ମାଉସୀଙ୍କ ହୁଅଇ ଗହଳି 

     ଧାନ ରୋଇ ଥାନ୍ତି ଦେଇ ହୁଳହୁଳି, 

ପରିବେଶ ଖାଲି ବର୍ଷାକୁ ଅନାଏ 

     ଟିକେ ଜଳ ରାଶି ଚାହିଁ ରହି ଥାଏ, 

ସବୁଜ କ୍ଷେତର ଆଗମନ ହୁଏ 

     ସବୁଜ ବନାନୀରେ ପୁରି ରହିଥାଏ, 

ପ୍ରିତିର ବଳୟ ପୁଲକିତ ଧରା 

     ସବୁଜ ସାଗରେ ହେଇଯାଏ ପୁରା, 

ତାର ପରିସୀମା ଆକଳନ ନାହିଁ, 

     ଚାଷୀ ଭାଇ କୋଳ ପୁରିଯାଏ ତହିଁ, 

କେତେ ଖୁସିରେ ସେ କାର୍ଯ୍ୟରତ ଥାଏ 

   ଗୋ ଧୂଳି ସମୟେ ଘର ମୁଁହା ହୁଏ, 

କାଦୁ ସର ସର ହୋଇଥାଏ ସିଏ 

    ତଥାପି ଓଠରେ ହସ ଫୁଟୁ ଥାଏ, 

ସେଇ ହସ ତାର କେତେ ଯେ ନିଆରା 

    କିନ୍ତୁ ତା ମନଟି ଥାଏ କୋହଭରା,  

ସେଇ ଚାଷ ଶସ୍ୟ ଆମଦାନୀ ହୁଏ 

    ସର୍ବ ଶେଷରେ ବି ଅସରନ୍ତି ଥାଏ ...l




           


Rate this content
Log in