STORYMIRROR

Abhiram Sahoo

Romance

2  

Abhiram Sahoo

Romance

ସେଦିନ ଖୋଜୁଛି

ସେଦିନ ଖୋଜୁଛି

1 min
13.6K


ସେଦିନ ଖୋଜୁଛି ସାରାରାତି ମୋର

ସ୍ମୃତିର ଝରକା ଖୋଲି

ସେଦିନ ଖୋଜୁଛି ସାରାରାତି ମୋର

ସୁଖର ସିନ୍ଦୂର ଭୁଲି ।୦।


ଆମ୍ବ ବଉଳରେ ମହକୁଥିଲା ସେ

ଚହଲା କୁଆଁରୀ ଦିନ

କଇଁ ଓଠ ଛୁଇଁ ପାଣି ଖେଳୁଥିଲା

କୁଆଁର ପୂନେଈଁ ଜହ୍ନ

ଫଗୁଣ ଛୁଆଁ ସେ ପ୍ରଥମ ପୁଲକ

ଖୋଜିଲେ ଆସୁନି ଫେରି

ସୁଖର ସିନ୍ଦୂର ଭୁଲି...।୧।


ବରଷାରେ ଭିଜି ଗୀତ ଗାଉଗାଉ

ହେଉଥିଲି ଆନମନା

ଭିଜାଦେହ ଦେଖି ଆଖି ମୋ ଲାଜରେ

ହେଉଥିଲା ବାଟବଣା

ଶ୍ରାବଣ ଛୁଆଁ ସେ ଛାତିର କଦମ୍ବ

ଏବେ ମୁଁ ଝୁରୁଛି ଖାଲି

ସୁଖର ସିନ୍ଦୂର ଭୁଲିି.......।୨।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance