STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ସେ ତୁମେ ଓ ମୁଁ

ସେ ତୁମେ ଓ ମୁଁ

1 min
125

ସେ କହୁଛି ତାର ଭୁଲ୍ ନାହିଁ

ତୁମେ କହୁଛ ତୁମର ଭୁଲ୍ ନାହିଁ

ମୁଁ ବି କହୁଛି ମୋର ଭୁଲ୍ ନାହିଁ

ତେବେ କ'ଣ ପାଇଁ ଏତେ ବ୍ୟତିକ୍ରମ ?

ତା' ଚିନ୍ତାଧାରାରେ ସେ ଚାଲିଛି

ତୁମ ଚିନ୍ତାଧାରାରେ ତୁମେ ଚାଲିଛ

ମୁଁ ବି ଚାଲିଛି ମୋ ଚିନ୍ତାଧାରରେ

ଆମେ ସମସ୍ତେ ଯଦି ଠିକ୍

ହୁଏ କାହିଁକି ଆମର ଏତେ ମତିଭ୍ରମ।

ତା' ରୁଚି ରୀତିନୀତି ସ୍ୱଭାବ

ତୁମ ରୁଚି ରୀତିନୀତି ସ୍ୱଭାବ

ମୋ ରୁଚି ରୀତିନୀତି ସ୍ୱଭାବ

ତିନିଙ୍କ ମଧ୍ୟରେ କାହିଁକି ରହୁନି ମେଳ ?

ସେ କହେ ତା' ଗୁଣ ଚରିତ୍ର ଉତ୍ତମ

ତୁମେ କୁହ ତୁମର ଉତ୍ତମ

ମୁଁ କହେ ମୁଁ ବି ଉତ୍ତମ

ସବୁ ଉତ୍ତମ ଭିତରେ କାହିଁକି ବିଷଫଳ।

ଅସଲ କଥା ହେଉଛି

ଆମେ ବୁଝୁନା କେହି କା'ର ହୃଦୟ

ନିଜ ନିଜ ଜିଦ୍ ଅହଂପଣରେ ଦୃଢ଼

ଆସୁ ଯେତେ ଯା' ବି ଝଡ଼

ଉଡି଼ ଯାଉ ପଛେ ଭାଙ୍ଗିଯାଉ ଡାଳ

ବା ଉପୁଡି଼ ଯାଉ ଚେର ସହ ଗଛ 

ଆମେ ସୁଧୁରୁ ନା ଜମାରୁ କେହି

କାଳେ ଆମ ମତ ଛୋଟ

ରହିବନି ମାନ ମର୍ଯ୍ୟାଦା ସ୍ୱାଭିମାନ

ଭାଙ୍ଗି ଯିବୁ ବରଂ ନଇଁବୁ ନାହିଁ

ଆପଣେଇ ନେବୁ ଯେତେ ତୁଚ୍ଛା ମିଛ।

ଏ ତିନିରୁ ତ ଜଣେ କେହି ଥିବା

ଠିକ୍ ବିଚାରର ବିଚାରକ

ସବୁ ଜାଣି ବି ସମର୍ଥନ କରୁନା କାହାକୁ

ଜୀବନ ଥିବା ପର୍ଯ୍ୟନ୍ତ 

ଅତୀତ ବର୍ତ୍ତମାନ ଭବିଷ୍ୟତ ମଧ୍ୟରେ

ଯିଏ ରହିଥାଏ ସର୍ବଦା ତା' ହିଁ ସତ୍ୟ

ସେ ତୁମେ ଓ ମୁଁ

ଆମ ଭିତରେ ଯିଏ ଥିବ ଠିକ୍

ସମୟ କହି ଦେବ ସମସ୍ତଙ୍କୁ ବୁଝାଇ

ଆମେ ମାନୁ ବା ନମାନୁ

ସେ ଚିରନ୍ତନ ବଦଳିବ ନାହିଁ କେବେ

କେହି ଖୋଜୁ କି ନ ଖୋଜୁ ତା'ର ଆଦିଅନ୍ତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational