STORYMIRROR

Kalandi pal

Inspirational

3  

Kalandi pal

Inspirational

ସବୁ ତୁ

ସବୁ ତୁ

1 min
209


ଗୀତା ଭାଗବତେ ବାଣୀ ମହାପ୍ରଭୁ

   ଯଜ୍ଞ, ପାରାୟଣେ ମନ୍ତ୍ର.

ପାର୍ଥିବ ଶରୀରେ ପ୍ରାଣ ରୂପେ ଥାଉ

   ତୁହି ପ୍ରଭୁ ଜଗନ୍ନାଥ.   l0l


ହୃଦୟରେ ଦୟା ମନରେ ତୁ ଶାନ୍ତି

    ଜୀବନେ ବିବେକ ତୁହି.

ବେଦ ବେଦାନ୍ତରେ ତୋ ଗୁଣ ବିହିତ

   ପଥ ପ୍ରଦର୍ଶକ ହୋଇ.

ରାଜସ, ତାମସ, ସାତ୍ତ୍ୱିକ ଗୁଣରେ

   ତୁହି ସାତ୍ତ୍ୱିକର ପଥ.  l1l


ଶୂନ୍ୟରେ ରହିଛୁ ଅଣୁ ପ୍ରାୟ ପ୍ରଭୁ

   ନିଃଶ୍ୱାସ, ପ୍ରଶ୍ୱାସେ ବାୟୁ.

ସମ୍ବତ୍ସରେ ବର୍ଷ, ମାସ, ଦିନ, ଦଣ୍ଡ

   ଜୀବର ଜୀବନେ ଆୟୁ.

ତୁହି ସୂର୍ଯ୍ୟ ତାପ ଚନ୍ଦ୍ରର ଜୋଛନା

   ଜ୍ୟୋତି ରୂପେ ଧନ୍ୟ ନେତ୍ର. l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational