STORYMIRROR

Sunanda Mohanty

Tragedy Fantasy Thriller

3  

Sunanda Mohanty

Tragedy Fantasy Thriller

ସବୁ ମାୟାରେ ବାୟା

ସବୁ ମାୟାରେ ବାୟା

1 min
150


ବନ୍ଧୁର ପଥେ ବନ୍ଧୁଙ୍କ ସାଥେ 

ଚାଲୁ ଥିଲେ ପାଦ ଥାପି 

ନିସର୍ତ୍ତ ସର୍ତ୍ତରେ ପ୍ରଭୁ ନାମ ଜପି 

ପଡିବାନି ଜମା ଥକି 

ଦୁଃଖ ଯନ୍ତ୍ରଣା ନିରାଶା ହତାଶା 

ପିକ ପରି ଦେଇ ଦୂରେ ଥୁକି 

ଅନ୍ତିମ ସମୟ ପୂର୍ବରୁ ହାତେ ମାପି 

ଆଜି କଥା କାଲିକି ନାହିଁ କାଲି କଥା 

ଥିବ ବି କାହିଁ ଭାବି 

ଅଭାବୀ ସ୍ଵଭାବେ ନିରନ୍ତର ପ୍ରଭୁ ଜପି 

ମନ ବଡ଼ କଲେ ହୃଦୟ ତନ୍ତ୍ରରେ 

ରାମ ନାମ ଯିବ ଶୁଭି 

ରାମ ନାମେ କି ରସ ଅଛି ପାନ କଲା 

ଲୋକେ ଜାଣିଛନ୍ତି ଦେଖି ତାଙ୍କ ଛବି 

କାଉଟିଏ ପରି ସୁନେଲି ସକାଳେ 

ସମସ୍ତଙ୍କୁ ଡାକି ଡାକି ରାବି 

ବନ୍ଧୁ ଓ ବାନ୍ଧବୀ ଉଠ ଉଠ 

ସାନ ବଡ଼ ନତଉଲି ନମାପି 

ପବନ ଯୁଆଡେ ତଲେଇ ସିଆଡେ 

ସମୟ ସାଥିରେ ଗପି 

ଗଳ୍ପର ମହକେ କବିତା କୁହୁକେ 

କୋଇଲିକୁ ହୃଦେ ରଖି 

ସେ କଳା କୋଇଲି କିଏ ହେବ ଆଉ 

ଚକାଆଖି ଦୁଇ ସାକ୍ଷୀ 

ଡାଳ ମୂଳ ଚୁଳ ପତ୍ର ଓ ଫୁଲରେ 

ବନ୍ଧୁ ହାତେ ହାତ ଛନ୍ଦି 

ସୌହାର୍ଦ୍ୟ ବାରତା ଯିବା ଲେଖି 

ଆଜି ଅଛି ଯିଏ କଢ଼ି ଫୁଟି ଫୁଲ ବଢ଼ି 

ଯିବ ଦେଖି ଶୁଣି କହି ପଢି ଶିଖି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy