Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Children

4.3  

DILIP KUMAR SAHOO

Children

ସ୍ବତନ୍ତ୍ର ଓଡିଶା ଓ ବାପୁଜୀ

ସ୍ବତନ୍ତ୍ର ଓଡିଶା ଓ ବାପୁଜୀ

1 min
222


  

   ଗଙ୍ଗା କୂଳଠାରୁ ଗୋଦାବରୀ 

   ଲମ୍ବିଥିଲା ଯେଉଁ ରାଇଜ ଦିନେ

   ସେହି ରାଇଜର ଶିରି ତୁଟିଗଲା

   ପାଦଦେଲେ ଯେବେ ଇଂରେଜ ମାନେ ।


   ଗୋରା ସରକାର ଓଡିଶା କୁ ଆସି

   କଳେବର ତାର ବିଦାରି ଦେଲେ

   ଖଣ୍ଡଖଣ୍ଡ କରି ବଙ୍ଗଳା , ବିହାର,

   ମାନ୍ଦ୍ରାଜ ସାଥିରେ ମିଶାଇ ଦେଲେ ।


   ଭାଷା ଥିଲା ଆମ ,ଭାବ ଆବେଗକୁ

   ବୁଝିବା ପାଇଁକି ନଥିଲେ କେହି

   ହଜି ଯାଇଥିଲା ପରିଚୟ ଆମ

   ସାକ୍ଷୀ ଥିଲା ସେହି ସମୟ ନଈ ।


    ଭାରତ ମାତା ର ମୁକତି ପାଇଁକି

    ଆରମ୍ଭ ହୋଇଲା ଯେବେ ଲଢେଇ 

    ଉତ୍କଳ ଜନନୀ ଲୁହ ପୋଛିବାକୁ

    କିଏବା କାହିଁକି ଆସିବ ଧାଇଁ !


    ସ୍ବତନ୍ତ୍ର ଉତ୍କଳ ଗଠନ ନିମନ୍ତେ

   ମଧୁ ବାବୁ ଆମ ଭିଡିଲେ ଅଣ୍ଟା

    ଓଡିଶା କୁ ଆସି ବାପୁଜୀ ମହାତ୍ମା 

   ସହଯୋଗ ପାଇଁ ଦେଲେତ କଥା ।


   ସାରା ଦେଶ କଥା ଭାବୁ ଭାବୁ ବାପୁ

   ଓଡ଼ିଆ ଙ୍କ ଦୁଃଖ ବିଚାର କଲେ

   ଓଡିଶା ପ୍ରଦେଶ ଗଠନ ଦିଗରେ

   ମନୋବଳ ଆମ ବଢାଇ ଦେଲେ  ।


   "ଭାଷା ଭିତ୍ତିରେ ତ ରାଜ୍ୟ ହେଲେ ଗଢା

    ଶାସନ, ବିଚାର, ସହଜ ହେବ"

   କଙ୍ଗ୍ରେସ ସଭାରେ ଏହି କଥାଟିକୁ

   ମହାତ୍ମାଗାନ୍ଧୀ ତ କଲେ ପ୍ରସଙ୍ଗ।


  ପ୍ରସଙ୍ଗ ହୋଇଲା ସଭାରେ ବିଚାର

   କଥାଟି ସଭିଙ୍କ ମନକୁ ଗଲା

   ଭାଷା ଭିତ୍ତିରେ ତ ସ୍ଵତନ୍ତ୍ର ଓଡ଼ିଶା

   ଗଠନ ପାଇଁକି ବାଟ ଖୋଲିଲା ।


   ଭାରତ ଶାସନ ସଂସ୍କାର ପାଇଁକି

   ଲଣ୍ଡନରେ ଯେବେ ବୈଠକ ହେଲା

  ସେ ଆଲୋଚନାରେ ଗାନ୍ଧିଜୀଙ୍କ ଯୋଗୁ

  ଓଡ଼ିଶାର କଥା ସ୍ଥାନ ପାଇଲା ।


  ଭାଷାର ମହତ୍ତ୍ଵ ଅନୁଭବ କରି

  ଗୋରା ସରକାର ନେଲେ ଯତନ

  ଓଡ଼ିଆ ଅଞ୍ଚଳ ମିଶାଇ ଏକାଠି

  ଓଡିଶା ପ୍ରଦେଶ ହେଲା ଗଠନ ।


 ବାପୁଜୀଙ୍କ ଏହି ସ୍ନେହ ଶରଧା କୁ

  ଓଡ଼ିଆ କି କୁହ ପାରିବ ଭୁଲି

  ତାଙ୍କପାଇଁ ଆମେ "ପରିଚୟ" ପାଇ

  ଗରବ କରୁଛୁ ଓଡ଼ିଆ ବୋଲି ।


ତଥ୍ୟ- ଓଡିଶା ରିଭ୍ୟୁ ର ୨୦୦୮ ମସିହା

     ଜାନୁଆରୀ ସ°ଖ୍ୟାରେ ପ୍ରକାଶିତ

     ଡ.(ଶ୍ରୀମତି) ବି.କେ.ଶର୍ମା ଙ୍କ ପ୍ରବନ୍ଧ


Rate this content
Log in

Similar oriya poem from Children