STORYMIRROR

Sanjaya Ananda Kumar Tripathy

Comedy

3  

Sanjaya Ananda Kumar Tripathy

Comedy

ସ୍ବର୍ଗରେ ଇଣ୍ଟର୍ ନେଟ୍

ସ୍ବର୍ଗରେ ଇଣ୍ଟର୍ ନେଟ୍

1 min
264

ଯୁଗ ବଦଳିବା ଦେଖି ଇନ୍ଦ୍ର

ସ୍ବର୍ଗରେ ଲଗାଇଲେ ଇଣ୍ଟର୍ ନେଟ୍,

କାହାକୁ ଲାପ୍ ଟପ୍ ଦେଲେ ତ

କା ହାତରେ ଟାବ୍ ଲେଟ୍ I

କମ୍ପ୍ୟୁଟରରେ ଖେଳ ଖେଳୁଥିବା

ଦେବତା ଖାଲି ଇଣ୍ଟର୍ ନେଟ୍ ରେ ମାତିଲେ ,

ଦିନରାତି ସବୁ କାମ ଛାଡି ଦେଇ

କବାଟ କିଳି ବସିଲେ I

କିଏ ହଲିଉଡ୍,କିଏ ବଲିଉଡ୍

ଅଭିନେତ୍ରୀ ଫଟୋ ଖାଲି ଦେଖିଲେ,

ସମସ୍ତ କାମକୁ ବାକି ରଖି

ନେଟ୍ ରେ ସିନେମା ଦେଖିଲେ I

ଦୁଇଟି ଶବ୍ଦ ବାଡେଇ ଦେଲେ

ଖୋଲିଲା ସବୁ ଗେଟ୍ ,

ଦେବତା ମାନେ ଖୁସିରେ କହିଲେ

ବାଃ ବାଃ ରେ ଇଣ୍ଟର୍ ନେଟ୍ I

ସବୁଆଡେ ଖାଲି ଆଲୋଚନା କଲେ

କିଏ ନେଟ୍ ରେ କଅଣ ଦେଖୁଛି ,

ହତ୍ୟା ,ଧର୍ଷଣ ,ଗୁପ୍ତ କ୍ୟାମେରାରୁ

କ’ଣ ଦୃଶ୍ୟ ସବୁ ଆସୁଛି I

ରମ୍ଭା ,ମେନକାଂକୁ ହେୟଜ୍ଞାନ କଲେ

ସିନେମା ନାୟିକା ଦେଖି ,

ଚାଟିଂରେ ଖାଲି ବ୍ୟସ୍ତ ରହିଲେ

ବଦଳିଗଲା ସଉକି I

କାମ ସବୁ ଯାକ ଠପ୍ ହୋଇଗଲା

ଇନ୍ଦ୍ରଂକର ଚିନ୍ତା ବଢିଲା ,

କିଳା ସିଏ ନିଜେ ଡାକି ଆଣିଛନ୍ତି

କାହାକୁ କହିବେ ଭଲା I


Rate this content
Log in

Similar oriya poem from Comedy