STORYMIRROR

ନିରଞ୍ଜନ ନାୟକ

Abstract

2  

ନିରଞ୍ଜନ ନାୟକ

Abstract

।। ସ୍ବପ୍ନର କାଶ୍ମୀର ।।

।। ସ୍ବପ୍ନର କାଶ୍ମୀର ।।

1 min
131

ମା ଭାରତୀ

ତୋ ମସ୍ତକରୁ ଅବିରତ ପ୍ରବାହିତ

ଝେଲମ ଓ ଗଙ୍ଗା ଜଳଧାରାର

ରଙ୍ଗ ଜଦି ନାଲିହୁଏ !


ତୋ ସମ୍ମୁଖରେ ଆତଙ୍କର ଗୁଳିରେ ତୋ ସନ୍ତାନମାନଙ୍କର 

ନିଇତି ମୃତ୍ୟୁ ଘଟେ !


ମାତା ପିତା ପୁଅ କୁ ହରାନ୍ତି

ଭଉଣୀ ଭାଇକୁ ଖୋଜେ

ନିତି ଜଣେ ନବବିବାହିତା ବିଧବାହୁଏ 

ସେମାନଙ୍କ କୋହ କ'ଣ ତୁ

ଶୁଣିପାରୁନୁ ମା !


ମୁଁ ଦେଖିଛି ତୋ ଆଖିରୁ ଝରୁଥିବା

ଧାରଧାର ଲୁହକୁ

ହେଲେ ତୁ ନାଚାର

ମୁଁ ବି

ହେଲେ ଏହି ଦେଶଦ୍ରୋହୀ ମାନଙ୍କ ପାଇଁ ଲୁହ ସବୁ ତୋର

ଆଖିରୁ କେବେ ଶୁଖିପାରୁନି ନା ମା

ତାରି ପାଇଁ ଏତେ ସଂଘର୍ଷ 

ସତୁରି ପରର ଆହ୍ବାନ 

ଏକ ନୂଆ ନକ୍ସାର ରୂପରେଖ


ହଁ ଏବେ ସବୁ ବଦଳିବ

ତୋ ସ୍ବପ୍ନ ପୂରଣ ହେବ

ତୋ ମସ୍ତକରେ ତ୍ରୀରଙ୍ଗା ଉଡିବ

ଲଦାଖ ଲେହରେ ସୂର୍ଯ୍ୟ ଉଇଁବ

ନଗରଟି ଶ୍ରୀ ସମ୍ପୂଣ୍ଣା ହେବ

ତୋର ଡାଲ ହ୍ରଦସାରା କସ୍ତୁରି ବାସିବ


ପ୍ରତି ଏପୁଲ ମୁହଁରେ ଦିଶୁଥିବ

ଅଖଣ୍ଡ ଭାରତର ମାନଚିତ୍ର 

ପୁଞ୍ଚ ରାଜୋରୀ ଅବନ୍ତିପୁରା ପୁଲୱାମା ପଠାନକୋଟ ସହ

ପଡୋଶୀର ଚକ୍ରାନ୍ତ ଗଡରେ

ଯୋଡି ହେବ ବିକାଶର ନୂଆ ଫର୍ଦ୍ଦ 


ଆତଙ୍କ ଶୂନ୍ୟ ହୋଇଥିବ

ତୋର ଆପାଦମସ୍ତକ

ନଥିବ କୋମଳ ହାତରେ

ସନ୍ତ୍ରାସ ର ପଥର

ଫୁଟିବନି ବୋମା ରାଇଫଲରୁ ଗୁଳି

ପାଟିରୁ ଶୁଭୁନଥିବ ଜେହାଦର ସ୍ବର

ତରୁଣ ହାତରେ ଥିବ କଲମ

ଶୁଭିବ ଭାରତମାଆର ଜୟଧ୍ବନି

ଶିଖିସାରିଥିବେ ସମସ୍ତେ ଆଗକୁ

ବଢିବାର ମନ୍ତ୍ର 


ଭୂମିଠାରୁ ଭୂମା ସଭିଙ୍କର ହେବ

ଏକାକାର ହେବ ସ୍ବାଧୀନତା ର ଅଧିକାର 


ଘାଟିସାରା ଏବେ ସମତାର ସ୍ବର

ବିକାଶର ନାରା ଦେଇ

ଭବିଷ୍ୟତ ଗଢିବା ପାଇଁ

ଏହା ତ ପ୍ରକୃଷ୍ଟ ସମୟ ନା ମାଆ!


ମୁଁ ଚାହେଁ 

ତୋର ଆପାଦମସ୍ତକର

ପ୍ରଲମ୍ବିତ ଭୂ ଖଣ୍ଡରେ

ଅସରନ୍ତି ଶାନ୍ତି ମମତା ପ୍ରୀତି 

ଫେରିଆସୁ ମାଆ


ସେଠି ବିକାଶର ସ୍ବପ୍ନ ସାକାର ହେଉ

ମାନବିକତାର ବାର୍ତ୍ତା ନେଇ

ପ୍ରଗତିର ଶିଖରଛୁଉଁ

ଫେରିଆସୁ ଇନସାନିୟତ୍ କାଶ୍ମିରୀୟତ୍ ଅମନ ଚେନ

ବଦଳିଯାଉ କାଶ୍ମୀର ଘାଟିର

ପୁରୁଣା ଭୂଗୋଳ ।।

       


Rate this content
Log in

Similar oriya poem from Abstract