STORYMIRROR

ନିରଞ୍ଜନ ନାୟକ

Inspirational

4  

ନିରଞ୍ଜନ ନାୟକ

Inspirational

ମୋ କଲମ

ମୋ କଲମ

1 min
227


ଲେଖି ପାରିବାର ଅସୀମ ଶକ୍ତି

ମୋ ହାତରେ ଏବେ

ଖଣ୍ଡାଠାରୁ ଅଧିକ ଶକ୍ତି

ମୋ ପାଖରେ ଏବେ

ହାରିବାର ସ୍ବପ୍ନ ଦେଖିନିକେବେ

ଜିଣିବାର ଏକ ନିଶ୍ଚିତ ପଣ କରିଛି


ସେ ଅଛି ବୋଲି ମୋ ପାଖେ ପାଖେ

ମୋ ମନ ଏକ ପ୍ରଶସ୍ତିଭରା ଶାନ୍ତି ପାଇଛି

ଅସରନ୍ତି ଆତ୍ମ ବିଶ୍ଵାସ

ପାପୁଲିଭର୍ତ୍ତି ମମତା

ଚେନାଏ ହସର ସମ୍ଭାର ତ

ସେ ଦେଇଛି


ପଥ ଅନେକ ଅଛି

ଲକ୍ଷ୍ୟ କିନ୍ତୁ ପହଞ୍ଚିବା

ସମ୍ଭବ ହୋଇଛି

ସବୁ ଏକାକାର ଅନ୍ତହୀନ ଆକାଶରେ

ମୋ କଲମ ଏବେ ଭାବବାଣ୍ଟୁଛି


ନଦୀ ଝରଣା ପାହାଡ

ଜମି ଜଳ ଜଙ୍ଗଲ ମାଟି ମା ମଣିଷଙ୍କ ଭୀତରେ

ମୋ କଲମ ଜୀଇଁବା ଶିଖେଇଛି

ପ୍ରେରଣା ବାଣ୍ଟିଚାଲିଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational