STORYMIRROR

ନିରଞ୍ଜନ ନାୟକ

Inspirational

3  

ନିରଞ୍ଜନ ନାୟକ

Inspirational

ନୂଆବର୍ଷ

ନୂଆବର୍ଷ

1 min
206

ନିସ୍ତବ୍ଧ ରାତିର ଶେଷ ପ୍ରହରରେ

ସ୍ୱପ୍ନଟିଏ ଦେଖିଲି 

ସ୍ୱପ୍ନରେ...

ଧିରେ ଧିରେ ଧରାପୃଷ୍ଠ ରୁ

ଅନ୍ଧକାର ସବୁ ଅପସରି ଯାଉଛି 

ବିଦାୟ ନେଉଛି

ଦାରିଦ୍ର୍ୟ ଅଭାବ ଅସହାୟତା 

ଦୁଃଖ ସହ ଯାବତୀୟ ବିଡମ୍ବନା

ଆସ୍ତେ ଆସ୍ତେ ଆଲୋକ ଫେରୁଛି 

ସାଥିରେ ଆଣିଛି ପାପୁଲି ଭର୍ତ୍ତି ବିଶ୍ବାସ 

ଚେନାଏ ହସ ଆଖିରେ...

ଆଖିଏ ସୁନେଲି ସ୍ୱପ୍ନ ଓ

ଅସୁମାରି ସମ୍ଭାବନା

ସକାଳ ହେଲା ପରେ 

ଆଖି ଖୋଲି ଯେବେ ଦେଖିଲି 

ମୁଁ ଦେଖିଥିବା ସ୍ୱପ୍ନଟି

ବାସ୍ତବତାର ରୂପ ନେଇଛି 

ସ୍ୱପ୍ନଟି ସତ ହୋଇଛି.. 

ନୂଆବର୍ଷ ଆସିଛି

ପୁରୁଣା ଦିନର ଅନ୍ୟାୟ ଅତ୍ୟାଚାର 

ଶୋଷଣ ଲୁଣ୍ଠନ ଛଳନା ପ୍ରତାରଣାକୁ କବର ଦେଇ 

ସତ୍ୟ ନ୍ୟାୟ ମାନବିକତା ପ୍ରତିଷ୍ଠା ପାଇଁ 

ନୂଆବର୍ଷ ସଂକଳ୍ପ କରିଛି

ଏଠି ସେଠି ସବୁଠି ଅନେକ ଆଶା ସ୍ୱପ୍ନ ସମ୍ଭାବନା 

ନେଇ ନୂଆବର୍ଷ ଆସିଛି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational